ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Lord Jagannath Managal Alati

By ETV Bharat Odisha Team

Published : Jul 14, 2024, 8:53 AM IST

thumbnail
Lord Jagannath Managal Alati (ETV Bharat Odisha)

Managal Alati of Lord Jagannath at Puri Shree Mandir: ପୁରୀ: ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ । ବଡ ଭାଇ ବଳଭଦ୍ର ଓ ଉଭଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ମହାପ୍ରଭୁ ଜଗନ୍ନାଥ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି । ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେଉଥିବା ବେଳେ ଖାଁ ଖାଁ ପଡିଛି ରତ୍ନ ସିଂହାସନ । ଆସନ୍ତାକାଲି ବାହୁଡା ଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବେ ତିନି ଭାଇଭଉଣୀ । ପୁଣି ଚଳଚଞ୍ଚଳ ହୋଇଉଠିବ ଶ୍ରୀମନ୍ଦିର । ଅନ୍ୟପଟେ ଆଜି ସକାଳୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ସେବାୟତମାନଙ୍କ ଦ୍ବାରା ବଡ଼ି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି ନୀତି । କୁହାଯାଏ ଯେ, ମଙ୍ଗଳ ଆଳତି ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ପ୍ରାପ୍ତି ହୋଇଥାଏ । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.