ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ - Mangala Alati from Puri

By ETV Bharat Odisha Team

Published : Jun 5, 2024, 7:52 AM IST

thumbnail
ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ (ETV Bharat Odisha)

Mangala Alati: ପୁରୀ: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ । ଓଡ଼ିଆ ଜାତିର ପ୍ରାଣ, ଓଡ଼ିଆ ଜାତିର ପରିଚୟ ଶ୍ରୀଜିଉ । ତାଙ୍କରି ନିର୍ଦ୍ଦେଶରେ ପରିଚାଳିତ ସମଗ୍ର ସୃଷ୍ଟି । ତାଙ୍କର ଅନେକ ରୂପ । ତାଙ୍କର ମହିମା ଅପାର । ଭକ୍ତବତ୍ସଳ ନୀଳଚଳିଆ ଠାକୁର । କେହି ତାଙ୍କୁ କାଳିଆ ଡାକେ ତ କେହି ତାଙ୍କୁ ଚକାଆଖିଆ । ତାଙ୍କରି ଦର୍ଶନ ଟିକିଏ ପାଇଁ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ର ଧାଇଁ ଆସିଥାଏ ଭକ୍ତ । ଶ୍ରୀମନ୍ଦିରରେ ରହିଛି ବିଭିନ୍ନ ସେବା, ନୀତିକାନ୍ତି ଓ ପରାମ୍ପରା । ସକାଳୁ ସକାଳୁ ପ୍ରତିଦିନ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ଭଳି ଆଜି ପ୍ରଭାତରୁ ମଧ୍ୟ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ଓ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ସେବାୟତମାନେ ଧୂପ ଦୀପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ କରିଛନ୍ତି । କୁହାଯାଏ ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଭଗବାନଙ୍କ ଅପାର କରୁଣା ପ୍ରାପ୍ତ ହୋଇଥାଏ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.