ଶ୍ରୀମନ୍ଦିରରେ ଖାଲି ପଡିଛି ରତ୍ନବେଦୀ, ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତି - mangala alati at shri mandir
🎬 Watch Now: Feature Video
Published : Jul 9, 2024, 9:54 AM IST
ପୁରୀ: ରଥଯାତ୍ରାରେ ନୀଳକନ୍ଦରରୁ ବାହାରି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ମହାପ୍ରଭୁ । ସାଙ୍ଗରେ ବଡ ଭାଇ ବଳଭଦ୍ର ଓ ଉଭଣୀ ସୁଭଦ୍ରାଙ୍କୁ ସାଥିରେ ନେଇଛନ୍ତି । ଶ୍ରୀମନ୍ଦିରରେ ରତ୍ନସିଂହାସନ ଖାଲିପଡିଥିବାରୁ ଖାଁ ଖାଁ ମନ୍ଦିର ପରିସର । ଆଜି ସକାଳୁ ସକାଳୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି କରାଯାଇଛି । ମହାପ୍ରଭୁ ଅମସରରେ ଥିବା ବେଳେ ପଟିଦିଅଁଙ୍କ ଆଳତି କରାଯାଉଥିଲା । ଆଜି ପତିତପାନଙ୍କ ଆଳତି କରାଯାଇଛି । ସବୁଦିନ ପରି ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡ଼ି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ । ପୁରୀ ରଥଯାତ୍ରା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ପୁରୀକୁ ଆସିଥିଲେ ।
ଇଟିଭି ଭାରତ, ପୁରୀ