କପିଳାସ ପୀଠରେ ଜାଗର ଯାତ୍ରା, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ - Mahashivratri in Dhenkanal

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 9, 2024, 1:08 PM IST

Mahashivratri in Dhenkanal: ଢେଙ୍କାନାଳ: ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ଢେଙ୍କାନାଳର କପିଳାସରେ ଚଳିତବର୍ଷ ଜାଗର ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । କପିଳାସର ଅଧିଷ୍ଠାତା ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ଜାଗର ଯାତ୍ରାରେ ଚଳିତ ବର୍ଷ ତିନି ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ବିଶେଷ କରି କପିଳାସ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପିଠାଧୀଶ ପ୍ରଭୁ ଚନ୍ଦ୍ରଶେଖରଙ୍କ ଅପାର ମହିମା ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୀଠରେ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପରମ୍ପରା ମୁତାବକ ଭୋର ସମୟରୁ ନୀତିକାନ୍ତିର ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ସେହିପରି ସନ୍ଧ୍ୟା ପରେ ଜୀଉଙ୍କ ସ୍ୱତନ୍ତ୍ର ରୀତିନୀତି ମୁତାବକ ଶୋଡ଼ଷ ଉପଚାରରେ ପୂଜାର୍ଚନା କରାଯାଇଥିଲା । ଏସବୁ ମଧ୍ୟରେ ପ୍ରଭୁଙ୍କ ନାଗାଭରଣ ବେଶ, ମାତା ପାର୍ବତୀଙ୍କ ରାଜରାଜେଶ୍ୱରୀ ବେଶ, ହରିହର ଭେଟ ଓ ଯୋଗିରାଜ ବେଶ ଆଦିର ଦୁର୍ଲଭ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ତେବେ ପୂର୍ବ ସମୟ ନିର୍ଦ୍ଧାରିତ ମୁତାବକ ଆଜି ଭୋର ୩ଟା ୫୫ ମିନିଟରେ ମନ୍ଦିର ବେଢା ପରିକ୍ରମା ଆରମ୍ଭ କରାଯାଇ ୪ଟା ୧୦ ମିନିଟରେ ମହାଦୀପ ମନ୍ଦିର ଚୂଡାକୁ ଉଠିଥିଲା । ଏହି ଦୃଶ୍ୟ ଦର୍ଶନ କରି ବେଶ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିବା ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ନିଜର ବ୍ରତ ସମାପନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ରାଉରକେଲା ଏବଂ ବୌଦ୍ଧରେ ଜାଗର ଯାତ୍ରା, ମଧ୍ୟରାତ୍ରିରେ ଉଠିଲା ମହାଦୀପ

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.