ଅଣସରରେ ଚତୁର୍ଦ୍ଧାମୂର୍ତ୍ତି, ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି - Mangala alati of Lord Alarnath

By ETV Bharat Odisha Team

Published : Jul 1, 2024, 6:55 AM IST

thumbnail
Mangala alati of Lord Alarnath (ETV BHARAT ODISHA)

Mangala alati of Alarnath ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଗୃହରେ ରହିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅଣସର ପିଣ୍ଡିରେ ଜାରି ରହିଛି ଗୁପ୍ତସେବା । ଧିରେ ଧିରେ ଜରରୁ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସରରେ ଥିବା ସମୟରେ ପୁରୀ ବ୍ରହ୍ମଗିରିରେ ପ୍ରଭୁ ଶ୍ରୀ ଅଲାରନାଥଙ୍କ ଦର୍ଶନର ପୌରାଣିକ ପରମ୍ପରା ରହିଛି । ସ୍ନାନଯାତ୍ରା ପରଠାରୁ ପ୍ରତିବର୍ଷ ପରି ଏଥର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି ଅଲାରନାଥ ପୀଠ । ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି । ସକାଳୁ ଅଲାରନାଥଙ୍କ ମଙ୍ଗଳ ଆଳତିରୁ ନୀତିକାନ୍ତି ଆରମ୍ଭ ହେଉଥିବାବେଳେ ଦିନ ତମାମ ଭକ୍ତ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପର୍ଯ୍ୟନ୍ତ ଅଲାରନାଥଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଜାରି ରହିବ । ଏଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦେଖନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.