ସକାଳୁ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Lord Jagannath Mangala Alati

By ETV Bharat Odisha Team

Published : Jul 26, 2024, 8:11 AM IST

thumbnail
Lord Jagannath Mangala Alati ritua (ETV Bharat Odisha)

Lord Jagannath Mangala Alati ritual:ପୁରୀ: ଭାବବିନୋଦିଆ ଭକତ ଭାବରେ ବନ୍ଧା କାଳିଆ ଠାକୁର । ସେ ବିଶ୍ୱବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ। ଚାରି ଧାମ ମଧ୍ୟରେ ଶ୍ରେଷ୍ଠ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ  । ସେଠାରେ ପ୍ରଭୁ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରା ପୂଜା ପାଉପାଉଛନ୍ତି । ମହାପ୍ରଭୁଙ୍କ ସାନିଧ୍ୟ ପାଇବା ପାଇଁ ଦେଶବିଦେଶରୁ ହଜାର ହଜାର ଭକ୍ତ ପ୍ରତିଦିନ ଶ୍ରୀମନ୍ଦିର ଛୁଟୁଛନ୍ତୁ । କାଳିଆ ସାଆନ୍ତେର କଳା ମୁଖର ଦର୍ଶନ ମିଳିଗଲେ ମନ ପ୍ରାଣ ଆତ୍ମା ପୁରିଉଠେ। ପ୍ରତିଦିନ ଭଳି ଆଜି ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଯାଇଛି  । ପ୍ରାତଋରୁ ସେବାୟତ ଦ୍ୱାର ଫିଟା ନୀତି କରିବା ପରେ ମଙ୍ଗଳ ଆଳତି କରିଥିଲେ। ଧୂପ ଦୀପ, ଘଣ୍ଟଘଣ୍ଟା, ମନ୍ତ୍ରୋପଚାରଣରେ କମ୍ପି ଉଠିଥିଲା ଶ୍ରୀମନ୍ଦିର ପରିସର । ଶତାଧିକ ଭକ୍ତ ମଙ୍ଗଳ ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ। ଜୟ ଜଗନ୍ନାଥ ନାରାରେ କମ୍ପିଉଠିଥିଲା ଗଗନ ପବନ । ବିଶ୍ୱାସ ରହିଛି ମଙ୍ଗଳ ଆଳତି ଦର୍ଶନ କଲେ ସବୁ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ କରୁଣା ପ୍ରାପ୍ତ ହୋଇଥାଏ । ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି । ଶୁଭମୟ ହେବ ଦିନ ।

ପୁରୀ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.