ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Lord Jagannath Mangala Alati ritual

By ETV Bharat Odisha Team

Published : Jul 16, 2024, 7:23 AM IST

thumbnail
Lord Jagannath Mangala Alati ritual (ETV Bharat Odisha)

Lord Jagannath Mangala Alati ritual: ପୁରୀ: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦୀ ଲୀଳାଖେଳା ସାରି ନୀଳକନ୍ଦର ସିଂହଦ୍ୱାର ଆଗରେ ଉଭାହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା । ରଥାରୂଢ ତିନିଠାକୁରଙ୍କ ଦର୍ଶନ ପାଇଁ ନିଜକୁ ଧନ୍ୟମନେ କରୁଛନ୍ତି ଅଗଣିତ ଶ୍ରଦ୍ଧାଳୁ । ଠାକୁରଙ୍କ ସାନିଧ୍ୟ ଲାଭ କରି ଭାବବିହ୍ୱଳ ହୋଇପଡୁଛନ୍ତି ଭକ୍ତ । ରଥ ଉପରେ ଦାରୁବ୍ରହ୍ମଙ୍କର ସମସ୍ତ ନୀତିକାନ୍ତି ଜାରି ରହିଛି । ସେପଟେ ପ୍ରତିଦିନ ଭଳି ଆଜି ମଧ୍ୟ ଭୋରରୁ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ସେବାୟତମାନଙ୍କ ଦ୍ବାରା ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଧୂପ, ଘଣ୍ଟଘଣ୍ଟା ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି ନୀତି । କୁହାଯାଏ ଯେ, ମଙ୍ଗଳ ଆଳତି ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ପ୍ରାପ୍ତି ହୋଇଥାଏ ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.