ଲୋକସଭାରେ ଶପଥ ନେଉଛନ୍ତି ଓଡିଆ ସାଂସଦ, ଦେଖନ୍ତୁ LIVE... - Lok Sabha Session LIVE

By ETV Bharat Odisha Team

Published : Jun 25, 2024, 11:27 AM IST

Updated : Jun 25, 2024, 1:15 PM IST

thumbnail

ନୂଆଦିଲ୍ଲୀ: ଗତକାଲିଠାରୁ ଆରମ୍ଭ ହୋଇଥିବା ଅଷ୍ଟାଦଶ ଲୋକସଭାର ଆଜି ଦ୍ବିତୀୟ କାର୍ଯ୍ୟଦିବସ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିବା ବେଳେ ଆଜି ଅବଶିଷ୍ଟ ସାଂସଦମାନେ ଶପଥ ଗ୍ରହଣ କରୁଛନ୍ତି । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଗତକାଲି ପରି ଆଜି ମଧ୍ୟ ଗୃହରେ ଅଧ୍ୟକ୍ଷତା କରୁଛନ୍ତି । କାଲି କେନ୍ଦ୍ରମନ୍ତ୍ରୀ ହୋଇଥିବା ଦୁଇ ଓଡିଆ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ଗ୍ରହଣ କରିସାରିଛନ୍ତି । ଆଜି ଅବଶିଷ୍ଟ 19 ବିଜେପି ସାଂସଦ ଶପଥ ନେବେ । 26 ତାରିଖରେ ବାଚସ୍ପତି ନିର୍ବାଚନ ଶେଷ ହେବ । 28 ତାରିଖରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମିଳିତ ଗୃହକୁ ସମ୍ବୋଧିତ କରିବେ । ଏହା ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ । ଏଥିରେ ଉଭୟ ଶାସକ ଓ ବିରୋଧୀ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର ରହିଛି । ଦେଖନ୍ତୁ ଲୋକସଭାରୁ LIVE...

Last Updated : Jun 25, 2024, 1:15 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.