ଇଭିଏମରୁ ଖୋଲୁଛି ନେତାଙ୍କ ଭାଗ୍ୟ, ଆରମ୍ଭ ହେଲା ଗଣତି - Odisha Elections Result 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 4, 2024, 8:26 AM IST

ଖୋର୍ଦ୍ଧା : ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ଆଜି ହେଉଛି ଅନ୍ତିମ ପର୍ଯ୍ୟାୟ । ଆଜି ଇଭିଏମରୁ ନେତାଙ୍କ ଭାଗ୍ୟ ଫଳ ପ୍ରକାଶ ପାଇବ । କିଏ ଗଢ଼ିବ ସରକାର ଆଉ କାହାକୁ ମିଳିବ ବହୁମତ ତାର ପକ୍ରିୟା ଆରମ୍ଭ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାର ମୋଟ 8ଟି ବିଧାନସଭା କ୍ଷେତ୍ର ଓ ଗୋଟିଏ ଲୋକସଭା କ୍ଷେତ୍ର ପାଇଁ ଖୋର୍ଦ୍ଧାର ଇଭିଏମ ଷ୍ଟ୍ରଙ୍ଗ ରୁମ ଓ ପିଏନ କଲେଜ ଏବଂ ଭୁବନେଶ୍ୱରର ବିଜେବି କଲେଜ ପରିସରରେ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ 8ଟା ସମୟରୁ ଏହି ପକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ ପୋଷ୍ଟାଲ ବାଲଟ ଓ ଇଟିପିବିଏସ ଏବଂ ସାଢେ ଆଠଟା ସମୟରୁ ଇଭିଏମ ଭୋଟ ଗଣତି ହେବ । ଜିଲ୍ଲାର ଆଠଟି ବିଧାନସଭାସଭା ପାଇଁ ମୋଟ 95 ଜଣ ପ୍ରାର୍ଥୀ ଓ ଲୋକସଭା ପାଇଁ 12ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ ଇଭିଏମରୁ । ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇଭିଏମ ଷ୍ଟ୍ରଙ୍ଗରୁମକୁ ତିନି ଥାକିଆ ସୁରକ୍ଷା ବଳୟ ସହ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି । ଷ୍ଟ୍ରଙ୍ଗ ରୁମ ନିକଟରେ ପୋଲିସ ପକ୍ଷରୁ ଅସ୍ଥାୟୀ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସେହିଭଳି ଖୋର୍ଦ୍ଧା ସହରରେ ଭୋଟ ଗଣତି ପାଇଁ ଟ୍ରାଫିକ କଟକଣା ମଧ୍ୟ କରାଯାଇଛି । ଷ୍ଟ୍ରଙ୍ଗରୁମର 100ମିଟର ପରିଧିରେ ଯେପରି ଲୋକଙ୍କ ଭିଡ ନହୁଏ ସେଥିପାଇଁ ଜିଲ୍ଲା ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟ ଗଣତି ପାଇଁ ମୋଟ 1101 ଜଣ କର୍ମଚାରୀ ମୁତୟନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସମୁଦାୟ 216ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ବିଧାନସଭା ପାଇଁ 145 ରାଉଣ୍ଡ ଏବଂ ଲୋକସଭା ପାଇଁ 130 ରାଉଣ୍ଡ ଭୋଟ ଗଣତି ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।



ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.