ETV Bharat / state

OAS ସ୍ତରରେ ଅଦଳବଦଳ: ଯସ୍ମିନଙ୍କୁ ସତ୍ୟବାଦୀ ଓ ଶ୍ୱେତଙ୍କୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳସଚିବ ଦାୟିତ୍ୱ - MAJOR OAS RESHUFFLE

ବଦଳିଲେ 19 ବରିଷ୍ଠ ଓଏଏସ ଅଧିକାରୀ । ଜାଣନ୍ତୁ କିଏ ପାଇଲେ, କେଉଁ ଦାୟିତ୍ବ ।

OAS ସ୍ତରରେ ଅଦଳବଦଳ: ଯସ୍ମିନଙ୍କୁ ସତ୍ୟବାଦୀ ଓ ଶ୍ୱେତଙ୍କୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳସଚିବ ଦାୟିତ
OAS ସ୍ତରରେ ଅଦଳବଦଳ: ଯସ୍ମିନଙ୍କୁ ସତ୍ୟବାଦୀ ଓ ଶ୍ୱେତଙ୍କୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳସଚିବ ଦାୟିତ୍ୱ (ETV Bharat Odisha)
author img

By ETV Bharat Odisha Team

Published : Nov 29, 2024, 7:32 AM IST

ଭୁବନେଶ୍ବର: ମୋହନ ସରକାର ବରିଷ୍ଠ ‘ଓଏଏସ’ ଅଧିକାରୀ ତଥା ଯୁଗ୍ନ ଓ ଅତିରିକ୍ତ ସଚିବ ସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗର 4ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଜରିଆରେ ମୋଟ 19 ଜଣ ‘ଓଏଏସ’ ଅଧିକାରୀଙ୍କ ଦାୟିତ୍ବ ଅଦଳବଦଳ ସହ ନୂଆ ଦାୟିତ୍ୱ ମିଳିଛି । ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର ପଦ ପୂରଣ କରିବାକୁ ସରକାର ଚେଷ୍ଟା କରିଛନ୍ତି ।

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଘସିରାମ ମୁର୍ମୁଙ୍କ ପକ୍ଷରୁ ଜାରି ହୋଇଛି ଓଏଏସ ବଦଳି ସଂକ୍ରାନ୍ତୀୟ 4ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଥିବା ଯସ୍ମିନ ପଟ୍ଟନାୟକଙ୍କୁ ‘ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ’ର କୁଳସଚିବ ବା ରେଜିଷ୍ଟ୍ରାର ଭାବେ ନୂଆ ନିଯୁକ୍ତି ମିଳିଛି । ରାଜ୍ୟ ନିର୍ବାଚନ କମିଶନରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ୱେତ କୁମାର ଦାଶଙ୍କୁ ବ୍ରହ୍ମପୁରର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପାଢ଼ୀଙ୍କୁ ‘ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ’ ଓ ‘ଏସସିଇଆରଟି’ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଓଏଏସ ସଞ୍ଜିବିତା ରାୟଙ୍କୁ କଟକରେ ଥିବା ଓଡ଼ିଶା ଲୋକସେବା ଆୟୋଗର ଯୁଗ୍ମ ପରୀକ୍ଷା ନିୟନ୍ତ୍ରକ ଭାବେ ବଦଳି କରାଯାଇଛି ।

ଭୁବନେଶ୍ୱରରେ ‘ଇଡକୋ’ ଲ୍ୟାଣ୍ଡ ଅଫିସର ଥିବା ସ୍ୱାତୀ ମିଶ୍ର ଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଶିଳ୍ପ ବିଭାଗର ଉପନିର୍ଦ୍ଦେଶକ ହରପ୍ରିୟା ଦାଶଙ୍କୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ କଟକରେ ଅବସ୍ଥାପିତ କରାଯାଇଛି । ମାନସ ରଞ୍ଜନ ସାମଲଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ଉପସଚିବ ଭାବେ ନୂଆ ନିଯୁକ୍ତି ମିଳିଛି ।
ବୋର୍ଡ ଅଫ ରେଭନ୍ୟୁରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଦେବାଶିଷ ପଟ୍ଟନାୟକଙ୍କ ବଦଳି ଆଦେଶକୁ ରଦ୍ଦ କରାଯାଇଛି । ତାଙ୍କୁ ସେଠାରେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି । ଗତମାସ 29 ତାରିଖରେ ଦେବାଶିଷଙ୍କୁ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ସଚିବ ସ୍ତରରେ ଅଦଳବଦଳ; ସୁଧାଂଶୁଙ୍କୁ OMC ଓ ଇନ୍ଦ୍ରମଣୀଙ୍କୁ ଶ୍ରମ କମିଶନର ଦାୟିତ୍ୱ

ଏହା ମଧ୍ୟ ପଢନ୍ତୁ :- IAS ସ୍ତରରେ ବଡଧରଣର ଅଦଳବଦଳ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବଦଳିଲେ ୧୭ ଜିଲ୍ଲାପାଳ

ବରିଷ୍ଠ ଓଏଏସ ପୁରିନ୍ଦର ଧରୁଆଙ୍କୁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି । ଓଏଏସ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ଓଏଏସ ଇତିଶ୍ରୀ ଦାସଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ସୁଚିତ୍ରା ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରେ ଅତିରିକ୍ତ ଆବାସିକ କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି ।ଓଏଏସ ଦୁର୍ଗା ପ୍ରସାଦ ମହାରଣାଙ୍କୁ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଅର୍ଥ ସମବାୟ ନିଗମର ଜେନେରାଲ ମ୍ୟାନେଜର ଭାବେ ବଦଳି ହୋଇଛି । ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଅନନ୍ତ ନାରାୟଣ ଲାଗୁରୀଙ୍କୁ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି ।

ସେହିପରି ଅକ୍ଷୟ କୁମାର ଖେମୁଡୁଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସରକାର ବଦଳି କରିଛନ୍ତି । ହେମାବନ୍ତୀ ପାତ୍ରଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପସଚିବ ଭାବେ ନିଯୁକ୍ତି ମିଳିଛି । ଅଜୟ କୁମାର ପ୍ରଧାନଙ୍କୁ ରାୟଗଡ଼ା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓ ନିର୍ଲିପ୍ତା ମହାନ୍ତିଙ୍କୁ ବାଲେଶ୍ୱର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରିଛନ୍ତି ମୋହନ ସରକାର । ନିର୍ଲିପ୍ତା ବର୍ତ୍ତମାନ ଯାଜପୁର ଯଯାତି କେଶରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ରେଜିଷ୍ଟ୍ରାର ବା ପ୍ରଶାସନ ଭାବେ କାର୍ଯ୍ୟ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.