ETV Bharat / lifestyle

ଶୀତ ଦିନେ ଥଣ୍ଡା ନା ଗରମ ପାଣିରେ ମୁଣ୍ଡ ସଫା କରିବେ ? ଜାଣନ୍ତୁ - WINTER HAIR CARE

ଶୀତ ଦିନେ ଥଣ୍ଡା ନା ଗରମ ପାଣିରେ ମୁଣ୍ଡ ସଫା କରିବେ ? କ'ଣ କଲେ କେଶ ନରମ ଓ ଚମକଦାର ରହିବ ? ଜାଣନ୍ତୁ ଏହି ଖବରରେ

ଶୀତ ଦିନେ ଥଣ୍ଡା ନା ଗରମ ପାଣିରେ ମୁଣ୍ଡ ସଫା କରିବେ ?
ଶୀତ ଦିନେ ଥଣ୍ଡା ନା ଗରମ ପାଣିରେ ମୁଣ୍ଡ ସଫା କରିବେ ? (ETV Bharat)
author img

By ETV Bharat Lifestyle Team

Published : Nov 29, 2024, 7:36 AM IST

ଶୀତ ଋତୁ ଆସିବା ମାତ୍ରେ ଲୋକେ ଥଣ୍ଡା ପାଣି ଛୁଇଁବାକୁ ଡରନ୍ତି । ମୁଣ୍ଡ ସଫା କରିବା ତ ଦୂରର କଥା ଗାଧୋଇବାକୁ ବି ଭୟ କରିଥାନ୍ତି । ଥଣ୍ଡାରୁ ରକ୍ଷା ପାଇଁ ଅନେକ ଲୋକ ସବୁଦିନ ଗରମ ପାଣିରେ ଗାଧୋଉଥିବା ଦେଖାଯାଏ । କେଶକୁ ମଧ୍ୟ ଗରମ ପାଣିରେ ଧୁଅନ୍ତି । ତେବେ ଆପଣ ଜାଣନ୍ତି କି ଶୀତ ଦିନେ କେଉଁ ପାଣିରେ ମୁଣ୍ଡ ଧୋଇବା ଭଲ, ଗରମ ପାଣି ନା ଥଣ୍ଡା ? କ'ଣ କଲେ କେଶ ସୁସ୍ଥ ଓ ଚମକଦାର ରହିବ ?

ଯଦି ଗରମ ପାଣି କଥା କହିବା, କେଶକୁ ସଫାସୁତୁରା ରଖିବା ପାଇଁ ଗରମ ପାଣି ଉତ୍ତମ ମନେକରାଯାଏ । କାରଣ ଗରମ ପାଣିରେ ମୁଣ୍ଡ ସଫା କଲେ କେଶରେ ଥିବା ତେଲ ଓ ଅଳିଆ ଭଲ ଭାବେ ବାହାରିଯାଏ । ତଥାପି କେଶ ପାଇଁ ଏହା ଲାଭଦାୟକ ହୋଇନପାରେ । ଯଦିଓ ମୁଣ୍ଡରୁ ମଇଳା ସଫା ହୋଇଯାଏ ହେଲେ ଏହାଦ୍ବାରା ଲୋମଛିଦ୍ର ଖୋଲିଯାଉଥିବାରୁ କେଶ ରୁକ୍ଷ ହୋଇପାରେ । ଥଣ୍ଡା ପାଣି କେଶର କ୍ୟୁଟିକଲକୁ ବନ୍ଦ କରି ଏହାର ନମନୀୟତା ଲକ୍ କରିଥାଏ । ଏହି କାରଣରୁ କେଶ ସୁସ୍ଥ ରହିବା ସହ ଚମକଦାର ବା ସାଇନ୍ କରିଥାଏ । ଥଣ୍ଡା ପାଣି କେଶର ରଙ୍ଗ ବଜାୟ ରଖିବାରେ ସାହାଯ୍ୟ କରେ । ଏଥିରେ ଠିକ୍ ଭାବେ ରକ୍ତ ସଞ୍ଚାଳନ ହେଉଥିବାରୁ କେଶ ମୂଳ ମଜଭୁତ ହୋଇପାରେ ।

ଚର୍ମ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗରମ ପାଣି କେଶ ପାଇଁ ହାନିକାରକ । କାରଣ ଏହା କେଶକୁ ଡିହାଇଡ୍ରେଟ କରିଦିଏ । ଏହାଦ୍ବାରା କେଶ ଶୁଷ୍କ, ଭଙ୍ଗୁର ଓ ରୁକ୍ଷ ହୋଇଯାଏ । କେଶର କ୍ୟୁଟିକଲ୍ ଗରମ ପାଣିରେ କ୍ଷତିଗ୍ରସ୍ତ ହୋଇଥାଏ । ଫଳରେ କେଶ ଝଡିବା ସମ୍ଭାବନା ଥାଏ । ହେଲେ ଥଣ୍ଡା ପାଣି କେଶ ପାଇଁ ସର୍ବୋତ୍ତମ । କାରଣ ଏଥିରେ କ୍ୟୁଟିକଲ୍ସକୁ ଆଦୌ କ୍ଷତି ପହଞ୍ଚେନାହିଁ ।

ଗରମ ପାଣି ମୁଣ୍ଡରୁ ମଇଳା ସଫା କରିବାରେ ସାହାଯ୍ୟ କରେ । କାରଣ ଏଥିରେ କେଶର କ୍ୟୁଟିକଲ ଖୋଲିଯାଏ ଯାହାଫଳରେ ସାମ୍ପୂ ଭଲ ଭାବେ ମୁଣ୍ଡରେ ଥିବା ଅଳିଆ ସଫା କରିପାରେ । କିନ୍ତୁ ଗରମ ପାଣିରେ ମୁଣ୍ଡ ଧୋଇବା ଅନୁଚିତ୍ । ଏହା ବଦଳରେ ସାମାନ୍ୟ ଉଷୁମ ପାଣି ବ୍ୟବହାର କରିପାରିବେ ।

କେଉଁ ପାଣିରେ ମୁଣ୍ଡ ଧୋଇଲେ କ'ଣ ହୁଏ

  • ଗରମ ପାଣି ଲୋମଛିଦ୍ରକୁ ଖୋଲି ଭଲ ଭାବେ ସଫା କରେ
  • ହେଲେ ଏଥିରେ କେଶ ଶୁଷ୍କ ଓ ରୁକ୍ଷ ହୋଇଥାଏ । କେଶ ଝଡିବା ସମସ୍ୟା ମଧ୍ୟ ଦେଖାଦେଇପାରେ
  • ନଖ ଉଷୁମ ପାଣିରେ କେଶ ଧୋଇପାରିବେ
  • ଥଣ୍ଡା ପାଣିରେ କେଶର ନମନୀୟତା ବଜାୟ ରଖେ
  • ଏହା କେଶରେ ମଇଶ୍ଚର ବା ନମନୀୟତା ଲକ୍ କରିଥାଏ । କେଶ ହାଇଡ୍ରେଟ ରହିବା ସହ ଚମକଦାର ଦିଶେ ।

ଆପଣ ଚାହିଁଲେ ଉଭୟ ଥଣ୍ଡା ଓ ଗରମ ପାଣିରେ ମୁଣ୍ଡ ସଫା କରିପାରିବେ । ଜାଣନ୍ତୁ କେମିତି:-

  • ପ୍ରଥମେ ନଖ ଉଷୁମ ପାଣିରେ ମୁଣ୍ଡକୁ ଧୁଅନ୍ତୁ । ଆପଣ ବ୍ୟବହାର କରୁଥିବା ସାମ୍ପୂକୁ ମୁଣ୍ଡରେ ଲଗାଇ ଭଲ ଭାବେ ଘଷନ୍ତୁ ଏବଂ କେଶରୁ ସବୁ ଅଳିଆ ଓ ତେଲ ବାହାର କରନ୍ତୁ । ଦେଖିବେ ପାଣି ଯେମିତି ପାଣି ଆଦୌ ଅଧିକ ଗରମ ନଥିବ । ସାମାନ୍ୟ ଉଷୁମ ଥିବା ଆବଶ୍ୟକ ।
  • ସେହି ଉଷୁମ ପାଣିରେ ସାମ୍ପୂ ଧୋଇ କଣ୍ଡିସନର ଲଗାନ୍ତୁ ।
  • ଏହାପରେ କଣ୍ଡିସନରକୁ ଥଣ୍ଡା ପାଣିରେ ଧୁଅନ୍ତୁ । ଏହା ଲୋମଛିଦ୍ର ବନ୍ଦ କରିବାରେ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ: ପ୍ରୋଟିନର ଭଣ୍ଡାର ଗ୍ରୀନ ମଟର, ଜାଣନ୍ତୁ ଶୀତ ଦିନେ ଖାଇଲେ କ'ଣ ଲାଭ ହୁଏ

ଏହା ମଧ୍ୟ ପଢନ୍ତୁ: ମଳରେ ରକ୍ତ ପଡିବା କେବଳ ମଳକଣ୍ଟକ ନୁହେଁ, ହୋଇପାରେ ଏହି କ୍ୟାନ୍ସର

ଏହା ମଧ୍ୟ ପଢନ୍ତୁ: ଶୀତ ଦିନେ ଗୋଇଠି ଫାଟୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.