ନେତାଙ୍କ ଛାତି ଧଡ୍ ଧଡ୍, କେତେ ସତ ହେବ ଏକଜିଟ ପୋଲ ? - VOTE COUNTING IN malkangiri

By ETV Bharat Odisha Team

Published : Jun 3, 2024, 10:06 PM IST

thumbnail
VOTE COUNTING IN MALKANGIRI (ETV Bharat Odisha)

ମାଲକାନଗିରି: ରାତି ପାହିଲେ ଭୋଟ ଗଣତି । ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ । ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ୧୫ ଜଣ ପ୍ରାର୍ଥୀ ଭାଗ୍ୟ ଇଭିଏମ ମେସିନରେ ବନ୍ଦ ରହିଛି । ସ୍ଥାନୀୟ ପଲିଟେକନିକ ମହାବିଦ୍ୟାଳୟରେ ମତଦାନ ଗଣତି କାର୍ଯ୍ୟକ୍ରମ ରହିଛି । ସକାଳ ୮ଟାରେ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ଗଣତି ଓ ପରେ ଇଭିଏମ ଗଣତି ହେବ । ମାଲକାନଗିରି ବିଧାନସଭା କ୍ଷେତ୍ରରେ ୩୦୦ ବୁଥ ରହିଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨୪୭ଟି ବୁଥ ରହିଛି । ସେହିପରି ମାଲକାନଗିରି ନିର୍ବାଚନ ମଣ୍ଡଳୀର ଗଣତି ଦୁଇଟି ହଲରେ ହେଉଥିବା ବେଳେ ଚିତ୍ରକୋଣ୍ଡା ପାଇଁ ଗୋଟିଏ ହଲ କରାଯାଇଛି । ମାଲକାନଗିରି ପାଇଁ ୧୪ଟି ଟେବୁଲ କରାଯାଇଥିବା ବେଳେ ଚିତ୍ରକୋଣ୍ଡା ପାଇଁ ୮ଟି ଟେବୁଲ ରହିଛି । ସେହିପରି ମାଲକାନଗିରି ନିର୍ବାଚନ ମଣ୍ଡଳୀର ଗଣତି ୨୨ ରାଉଣ୍ଡ ହେଉଥିବା ବେଳେ ଚିତ୍ରକୋଣ୍ଡାର ଗଣତି ୩୧ ରାଉଣ୍ଡ ହେବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଏଡିଏମ ବେଦବର ପ୍ରଧାନ ସୂଚନା ଦେଇଛନ୍ତି ।
 

ଏହା ମଧ୍ୟ ପଢନ୍ତୁ.....ରାତି ପାହିଲେ ଭୋଟ ଗଣତି, କଳାହାଣ୍ଡିରେ ସୁରକ୍ଷା ବ୍ୟବସ୍ଥା କଡାକଡି - VOTE COUNTING IN Kalahandi

ଇଟିଭି ଭାରତ,ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.