ଜାରି ରହିଛି ଶେଷ ପର୍ଯ୍ୟାୟ ଭୋଟିଂ, ଧାମନଗରରେ ମତଦାନ ପାଇଁ ଭୋଟର ଉତ୍ସାହିତ - POLL IN DHAMNAGAR - POLL IN DHAMNAGAR
🎬 Watch Now: Feature Video
Published : Jun 1, 2024, 5:50 PM IST
POLL IN DHAMNAGAR: ଭଦ୍ରକ: ଆଜି ଚାଲିଛି ଶେଷ ପର୍ଯ୍ୟାୟର ଭୋଟିଂ । ରାଜ୍ୟର ୬ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ଚାଲିଛି ମତଦାନ । ଏହି କ୍ରମରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର କେବଳ 193 ନମ୍ବର ବୁଥରେ ଇଭିଏମ ତ୍ରୁଟି ପରିଲକ୍ଷିତ ହୋଇଥିଲା, ଯାହାକି ଖୁବ୍ ଶୀଘ୍ର ସେକ୍ଟର ଅଫିସରଙ୍କ ଦ୍ଵାରା ସମାଧାନ କରାଯାଇଥିଲା । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚୂଡାନ୍ତ ତାଲିକା ଅନୁଯାୟୀ ମୋଟ 2,47,196 ଜଣ ଭୋଟର ସେମାନଙ୍କ ମତଦାନ 257 ଟି ମତଦାନ କେନ୍ଦ୍ରରେ ସାବ୍ୟସ୍ତ କରୁଛନ୍ତି । ଏହି ମୋଟ ମତଦାତାଙ୍କ ମଧ୍ୟରେ 1,27,253 ଜଣ ପୁରୁଷ ଏବଂ 1,19,914 ଜଣ ମହିଳା ଥିବା ବେଳେ 29 ଜଣ କିନ୍ନର ଭୋଟର ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ ... ବାଲେଶ୍ବରରେ ଚାଲିଛି ଭୋଟିଂ: ‘ସଖୀ’ ବୁଥରେ ମହିଳା ଭୋଟରଙ୍କ ମଧ୍ୟରେ ଉତ୍ସାହ - Voting In Balasore
ସୂଚନାଯୋଗ୍ୟ ଯେ ଧାମନଗରର ମୁସ୍ତାଫାପୁର ପଞ୍ଚାୟତ ଏକ ସଂଖ୍ୟଲଘୁ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ । ଏଠାରେ ଭିନ୍ନକ୍ଷମ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ପ୍ରକାଶ ଥାଉକି 149 ନମ୍ବର ବୁଥ୍ ରେ 1460 ଜଣ ମତଦାତା ଥିବା ବେଳେ 150 ନମ୍ବର ବୁଥ୍ ରେ 1485 ଜଣ ମତଦାତା ଅଛନ୍ତି । ତେବେ ଆଜି କେମିତି ଚାଲିଛି ମତଦାନ, କେଉଁ ପରି ପ୍ରାର୍ଥୀ ଭୋଟର ବାଛିବେ, ସେନେଇ ଇଟିଭି ଭାରତର ସମ୍ବାଦଦାତା 149 ଏବଂ 150 ନମ୍ବର ବୁଥ୍ ରେ କିଛି ମତଦାତାଙ୍କ ସହ ଆଲୋଚନା କରିଥିଲେ ।
ଇଟିଭି ଭାରତ, ଭଦ୍ରକ