ସକାଳେ ମୋଦି, ସଂଧ୍ୟାରେ ପାଣ୍ଡିଆନ: ବିଜେପି ପରେ ବଡଦାଣ୍ଡରେ ଶକ୍ତି ପ୍ରଦର୍ଶନ କଲା ବିଜେଡି - VK Pandian road show in puri

By ETV Bharat Odisha Team

Published : May 21, 2024, 9:38 AM IST

thumbnail
ବିଜେପି ପରେ ବଡଦାଣ୍ଡରେ ଶକ୍ତି ପ୍ରଦର୍ଶନ କଲା ବିଜେଡି (ETV Bharat Odisha)

ପୁରୀ: ଗତକାଲି ହାଇଭୋଲଟେଜ ପ୍ରଚାର ସହ ଦିନ ତମାମ ଚର୍ଚ୍ଚାରେ ରହିଥିଲା ରାଜ୍ୟର ଆଧ୍ୟାତ୍ମିକ ରାଜଧାନୀ ପୁରୀ । ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ସଂଧ୍ୟାରେ ଏହାକୁ କାଉଣ୍ଟର କରିଛି ପ୍ରତିଦ୍ବନ୍ଦ୍ବୀ ବିଜେଡି । ସମାନ ଢଙ୍ଗରେ ବଡଦାଣ୍ଡରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଦଳର ଚର୍ଚ୍ଚିତ ନେତା ତଥା ଦ୍ବିତୀୟ ଷ୍ଟାର ପ୍ରଚାରକ ଭି.କେ ପାଣ୍ଡିଆନ ।


ଗତକାଲି ସନ୍ଧ୍ୟାରେ ପାଣ୍ଡିଆନ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ପରେ ବଡଦାଣ୍ଡରେ ଅନୁଷ୍ଠିତ ରୋଡ଼ ସୋ’ରେ ସାମିଲ ହୋଇଥିଲେ । ମରିଚିକୋଟ ଛକରୁ ପାଣ୍ଡିଆନଙ୍କ ରୋଡ଼ ସୋ’ ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ଦେଇ ନବକଳେବର ରୋଡ ଅତିକ୍ରମ କରି ଅଠରନଳାରେ ଶେଷ ହୋଇଥଲା । ଏଥିରେ ପୁରୀର ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ମଧ୍ୟ ଭୋଟ ମାଗିଥିଲେ । ପୁରୀର ଯେଉଁ ରୁପାନ୍ତରୀକରଣ କାର୍ଯ୍ଯ ହେଇଛି, ତାହା ଆଗାମି ଦିନରେ ଆହୁରି 10 ଗୁଣା ହେବ । ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେଉଛି । ପୁରୀକୁ ଏକ ବିଶ୍ଵ ଐତିହ୍ୟସ୍ଥଳୀରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ରହିଛି । ଏଣୁ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରୀର ଭୋଟରମାନେ ଆଶୀର୍ବାଦ କରନ୍ତୁ ବୋଲି କହି ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.