thumbnail

By ETV Bharat Odisha Team

Published : May 25, 2024, 10:07 AM IST

ETV Bharat / Videos

ପୁରୀରେ ମତଦାନ ଜାରି, ଭୋଟ ଦେଉଛନ୍ତି ୯୨୧୮୧୪ ଭୋଟର - Odisha Election 2024

ପୁରୀ: ପୁରୀ ଲୋକସଭା ଆସନ ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୧୦୭- ପୁରୀ, ୧୦୮- ବ୍ରହ୍ମଗିରି, ୧୦୯-ସତ୍ୟବାଦୀ ଓ ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ମତଦାନ ପ୍ରକ୍ରିୟା ସନ୍ଧ୍ୟା 6ଟା ଯାଏଁ ଜାରି ରହିବ । ଚଳିତ ନିର୍ବାଚନରେ ଜିଲ୍ଲାର ଏହି ୪ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୧୦୩୮ ଟି ବୁଥରେ ୯୨୧୮୧୪ ଜଣ ଭୋଟର ମତଦାନ କରିବେ ।ସେଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୪୭୩୧୩୩, ମହିଳା ଭୋଟରଙ୍କ ସଂଖ୍ୟା ୪୪୮୬୦୮ ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୭୩ ରହିଛି । 

ଏହା ମଧ୍ୟ ପଢନ୍ତୁ: ତୃତୀୟ ପର୍ଯ୍ୟାୟ ମତଦାନ, ପୁରୀରେ ପ୍ରସ୍ତୁତି ଚୂଡ଼ାନ୍ତ - Odisha Assembly Election 2024

୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୩୯ ବୁଥରେ ୨୪୦୦୭୮ଭୋଟରଙ୍କ ମଧ୍ୟରେ ପୁରୁଷ ୧୨୨୬୬୦, ମହିଳା ୧୧୭୩୭୧ ଓ ଅନ୍ୟାନ୍ୟ ୪୭ ଭୋଟର, ୧୦୮ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୧ ବୁଥ ମାଧ୍ୟମରେ ୨୨୮୮୪୨ ଭୋଟର ମଧ୍ୟରୁ ୧୧୭୫୦୧ ପୁରୁଷ, ୧୧୧୩୨୯ ମହିଳା ଓ ୧୨ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି । ୧୦୯ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୫୪ ବୁଥରେ ୨୧୪୯୩୨ ମୋଟ ଭୋଟର ଥିବା ବେଳେ ୧୧୦୯୦୪ ପୁରୁଷ, ୧୦୪୦୨୦ ମହିଳା ଓ ୮ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି । ୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୪ ବୁଥ ମାଧ୍ୟମରେ ୨୩୭୯୬୨ ଜଣ ମତଦାତାଙ୍କ ମଧ୍ୟରୁ ୧୨୨୦୬୮ ପୁରୁଷ, ୧୧୫୮୮୮ ମହିଳା ଓ ୬ ଜଣ ଅନ୍ୟାନ୍ୟ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.