କାଲି ଫଳାଫଳ; ଅନୁଗୋଳରେ ୪ କେନ୍ଦ୍ରରେ ହେବ ଭୋଟ ଗଣତି - Vote Counting in Angul

By ETV Bharat Odisha Team

Published : Jun 3, 2024, 9:49 PM IST

thumbnail
VOTE COUNTING IN ANGUL (ETV Bharat Odisha)

VOTE COUNTING IN ANGUL: ଅନୁଗୋଳ: ଆସନ୍ତାକାଲି ଭୋଟ ଗଣତି ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାର ଛେଣ୍ଡିପଦା ଏବଂ ଅନୁଗୋଳ ବିଧାନସଭା ଆସନ ପାଇଁ ଅନୁଗୋଳ ସରକାରୀ କଲେଜରେ ଗଣତି ହେବ । ସେହିପରି ଆଠମଲ୍ଲିକ ବିଧାନସଭା ପାଇଁ ଆଠମଲ୍ଲିକ କଲେଜ, ତାଳଚେର ବିଧାନସଭା ପାଇଁ ତାଳଚେର କଲେଜ ଏବଂ ପାଲଲହଡା ବିଧାନସଭା ପାଇଁ ପାଲଲହଡା କଲେଜରେ ଗଣତି କରାଯିବ ।

ଏଥର ଲୋକସଭା ପାଇଁ ୧୨ଟି ଟେବୁଲ ଏବଂ ବିଧାନସଭା ପାଇଁ ୧୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ୫ଟି ଯାକ ବିଧାନସଭା ଓ ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା ଭୋଟ ଗଣତି ପାଇଁ ୬୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ଗଣତି କେନ୍ଦ୍ର ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଜଣେ ଲେଖାଏଁ ଅବଜର୍ଭର ନିଯୁକ୍ତି ଦେଇଛନ୍ତି । ସକାଳେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ଏହାପରେ ଇଭିଏମ୍‌ରେ ଭୋଟ ଗଣତି କରାଯିବ । ଭୋଟ ଗଣତି ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି ବୋଲି ଅନୁଗୋଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.