ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ, LIVE - CEO press meet - CEO PRESS MEET
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/20-05-2024/640-480-21514818-thumbnail-16x9-ceo.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 20, 2024, 4:36 PM IST
|Updated : May 20, 2024, 4:41 PM IST
CEO PRESS MEET: ଭୁବନେଶ୍ୱର: ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି । ବିଭିନ୍ନ ସ୍ଥାନରେ ମତଦାନ ସୁରୁଖୁରରେ ଜାରି ରହିଛି । ରାଜ୍ୟର ୪ ଲୋକସଭା ସମେତ ଏହା ଅଧିନ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରରେ ପଡ଼ୁଛି ଭୋଟ । ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ୩୫.୩୧ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରେସମିଟ କରି ସୂଚନା ଦେଇଛନ୍ତି । ମାଓ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ମତଦାନ ହେଉଛି । ସେହିପରି କେତେକ ସ୍ଥାନରେ ଇଭିଏମ ପରିବର୍ତ୍ତନ ହୋଇଛି ବୋଲି ସିଇଓ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୭୦ ବାଲାଟ ୟୁନିଟ ୮୫ କଣ୍ଟ୍ରୋଲ ୟୁନିଟ ଓ ୧୬୮ ଭିଭିପାଟ ୟୁନିଟ ପରିବର୍ତ୍ତନ କରାଯାଇଛି । ସମୁଦାୟ ୯ ହଜାର ୧୬୨ ବୁଥରୁ ୫ ହଜାର ୪୦୦ ସେଣ୍ଟରରେ ୱେବ କାଷ୍ଟିଂ ଚାଲୁ ରହିଛି । ଦେଖନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ LIVE..ଇଟିଭି ଭାରତ, ଭୁବନେଶ୍ୱର
Last Updated : May 20, 2024, 4:41 PM IST