ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ନୂତନ ଭୋଟର - New Voters Reaction
🎬 Watch Now: Feature Video
Published : May 20, 2024, 6:27 PM IST
NEW VOTERS REACTION: ଗଞ୍ଜାମ/ଆସିକା: ପ୍ରଥମଥର ପାଇଁ ମତଦାନ କରି ବେଶ ଉତ୍ସାହିତ ହେଲେ ନୂତନ ଭୋଟର । ଗଣତନ୍ତ୍ରର ମହାନ ପର୍ବରେ ନିଜକୁ ସାମିଲ କରି ଗର୍ବିତ ହୋଇଛନ୍ତି ଯୁବ ଭୋଟର । ଆଜି ଦେଶରେ ସାଧାରଣ ନିର୍ବାଚନ ପଞ୍ଚମ ପର୍ଯ୍ୟାୟ ସହ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ରାଜ୍ୟର 5 ଲୋକସଭା ସହ 35ଟି ବିଧାନସଭା ଆସନରେ ଆଜି ଭୋଟ ଗ୍ରହଣ ହେଉଛି । ସେହିପରି ଗଞ୍ଜାମ ଜିଲ୍ଲା ଆସିକା ଲୋକସଭା ପାଇଁ ମଧ୍ୟ ଆଜି ଭୋଟ ଗ୍ରହଣ ହେଉଛି । ଆସିକା ଅଞ୍ଚଳ ବହୁ ନୂତନ ତଥା ଯୁବ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ଦେଶରେ ସରକାର ଗଠନ କରିବାରେ ସାମିଲ ହୋଇଥିବାରୁ ବେଶ୍ ଖୁସି ପ୍ରକାଶ କରିଛନ୍ତି ଯୁବପିଢି ଏବଂ ସମସ୍ତଙ୍କୁ ଭୋଟ ଦେବାକୁ ପରାମର୍ଶ ଦେଇଛନ୍ତି । ତେବେ ଭୋଟରଙ୍କ ମଧ୍ୟରେ କିପରି ରହିଛି ଉତ୍ସାହ, କେମିତି ଚାଲିଛି ମତଦାନ, ସେନେଇ ମତଦାନ କେନ୍ଦ୍ରରୁ ସ୍ଥିତି ପରଖିଛି ‘ଇଟିଭି ଭାରତ’ ଟିମ । ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ମତଦାନ କେନ୍ଦ୍ରରେ ନୂତନ ଭୋଟରଙ୍କ ସହ ଆଲୋଚନା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ ......ଭୋଟ ଦେଉଛି ଓଡିଶା, ସୁବର୍ଣ୍ଣପୁରର ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରି - Voting In Sonepur
ଇଟିଭି ଭାରତ, ଗଞ୍ଜାମ