୨୩୮ ବୁଥରେ ଇଭିଏମ ମେସିନ ଅଚଳ, ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଫେରିଗଲେ ଭୋଟର - EVM issues in Niali

By ETV Bharat Odisha Team

Published : Jun 1, 2024, 9:20 AM IST

thumbnail
EVM issues in Niali (ETV Bharat Odisha)

234 EVMs malfunctioned in Niali ନିଆଳି: ମତଦାନ ଆରମ୍ଭରୁ ଇଭିଏମ ମେସିନ ଅଚଳ । ମତଦାତା ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଭୋଟ ନଦେଇ ଫେରି ଯାଉଥିବା ନେଇ ସୂଚନା ମିଳିଛି । ଆଜି କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ନିଆଳି ଆସନ ପାଇଁ ୯ ଜଣ ବିଧାୟକ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଆଜି ସକାଳ ୭ଟା ମତଦାନ ଆରମ୍ଭ ପୂର୍ବରୁ ଭୋଟର ଲମ୍ବା ଧାଡିରେ ଛିଡା ହୋଇଥିଲେ । ନିଆଳି ହାଇସ୍କୁଲ ୨୩୮ ନମ୍ବର ବୁଥରେ ବିଧାୟକଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ ମେସିନ ଅଚଳ ହୋଇଥିବା ନେଇ ଭୋଟର ଏବଂ ପ୍ରିଜାଇଡିଂ ଅଧିକାରୀ ସ୍ବୀକାର କରିଛନ୍ତି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା କିଛି ଭୋଟର ନିରାଶ ହୋଇ ଫେରୁଥିବା କହିଥିବା ବେଳେ ଅନେକ ଭୋଟର ମତଦାନ ପାଇଁ ଅପେକ୍ଷା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, ଆରମ୍ଭ ହେଲା ମତଦାନ - Odisha Fourth Phase Election

ଆଜି ନିଆଳି ବିଧାନସଭା ଆସନ ପାଇଁ ୨୭୪ ଟି ବୁଥରେ ୨ ଲକ୍ଷ ୪୮ ହଜାର ୩୭୭ ଜଣ ଭୋଟର ତାଙ୍କର ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ ସବୁ ପ୍ରକାର ବ୍ୟବସ୍ଥା କରିଥିବା ନେଇ ସୂଚନା ମିଳିଛି । ୧୧୯ ଟି ଉତ୍ତେଜନାପ୍ରବଣ ବୁଥ ଭାବରେ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ଇଭିଏମ ମେସିନ ଅଚଳ ହୋଇଥିବା ନେଇ ଖବର ଆସିଥିବା ବେଳେ ପର ମୂହୁର୍ତ୍ତରେ ଠିକ କରାଯାଇଥିବା ନେଇ ସୂଚନା ମିଳିଛି । 

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.