'ଏଥର ପରିବର୍ତ୍ତନ' ବାର୍ତ୍ତା ନେଇ ବ୍ରହ୍ମପୁରରେ କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମିଳିତ ପ୍ରଚାର - Congress Election Campaign
🎬 Watch Now: Feature Video
Congress Candidates Election Campaign In Berhampur: ବ୍ରହ୍ମପୁର: ରାଜ୍ୟ ତଥା ଦେଶରେ ସଂସ୍କାର ଆଣିବା ପାଇଁ କଂଗ୍ରେସ ଦଳକୁ ସୁଯୋଗ ଦିଅନ୍ତୁ । ଏପରି ବାର୍ତ୍ତା ନେଇ ବ୍ରହ୍ମପୁର ସହରରେ ବ୍ରହ୍ମପୁର ଲୋକସଭା ଆସନ ପାଇଁ କଂଗ୍ରେସର ସାଂସଦ ପ୍ରାର୍ଥୀ ହୋଇଥିବା ରଶ୍ମୀରଞ୍ଜନ ପଟ୍ଟନାୟକ ଏବଂ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଦୀପକ ପଟ୍ଟନାୟକ ଭୋଟ ଭିକ୍ଷା କରୁଛନ୍ତି । ରାଜ୍ୟରେ ରହିଥିବା ସରକାର ଏବଂ କେନ୍ଦ୍ରରେ ରହିଥିବା ସରକାରଙ୍କ ଦରବୃଦ୍ଧି ଠାରୁ ଆରମ୍ଭ କରି ଲୋକଙ୍କୁ ଦେଇଥିବା ପ୍ରତିଶୃତି କେତେ ପାଳନ କରିଛନ୍ତି ତାହାକୁ ନେଇ ସମୀକ୍ଷା କରି ଏଥର ପରିବର୍ତ୍ତନ ଆଣିବା ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ପ୍ରାର୍ଥୀ । ଏହାସହ କଂଗ୍ରେସ ଦଳର ରହିଥିବା ନିର୍ବାଚନୀ ଇସ୍ତାହାରକୁ ନେଇ ସାଧାରଣ ଜନତାଙ୍କ ନିକଟତ୍ତର ହେଉଛନ୍ତି ପ୍ରାର୍ଥୀ ।
ବ୍ରହ୍ମପୁର ସହରରେ ବିଭିନ୍ନ ଦଳୀୟ ପ୍ରାର୍ଥୀମାନେ ନିଜର ଯୋରଦାର ପ୍ରଚାର କରିଥିବା ବେଳେ ଏଭଳି ସମୟରେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ପ୍ରଚାରକୁ ଜୋର କରିଛନ୍ତି । ଏହି ଅବସରରେ ଦୀପକ ପଟ୍ଟନାୟକ କହିଛନ୍ତି, "ବ୍ରହ୍ମପୁର ସହର ଆଜି 25 ବର୍ଷ ପଛକୁ ପଳାଇଛି । ଜଣେ ବିଧାୟକଙ୍କୁ ଆମେ 25 ବର୍ଷ ଦେଇଥିଲେ, ହେଲେ ସେ ବ୍ରହ୍ମପୁର ପାଇଁ କରିଛନ୍ତି କ'ଣ । ତେଣୁ ବର୍ତ୍ତମାନ ଲୋକମାନେ ପରିବର୍ତ୍ତନ କରିବା ପାଇଁ ଚାହୁଛନ୍ତି । ଆମେ ଲୋକମାନଙ୍କୁ ଅନୁରୋଧ କରୁଛୁ ରାଜ୍ୟରେ ଓ କେନ୍ଦ୍ରରେ କଂଗ୍ରେସକୁ ସରକାରକୁ ଆଣି ଏକ ଦୃଢ ନେତୃତ୍ବ ଦିଅନ୍ତୁ ।" ତେବେ ବ୍ରହ୍ମପୁର ସହରରେ ପ୍ରଚାର କରୁଥିବା ବେଳେ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ରଶ୍ମୀରଞ୍ଜନ ପଟ୍ଟନାୟକ ଏବଂ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଦୀପକ ପଟ୍ଟନାୟକଙ୍କ।
ଏହା ମଧ୍ୟ ପଢ଼ନ୍ତୁ...ଖରା ତାତିକୁ ନାହିଁ ଖାତିର୍, ବ୍ରହ୍ମପୁରରେ ଜମୁଛି ବିଜେଡିର ପ୍ରଚାର - BJD Campaign In Berhampur
ଇଟିଭି ଭାରତ, ବ୍ରହ୍ମପୁର