thumbnail

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ, ଦେଖନ୍ତୁ LIVE - CEO Odisha Press Meet

By ETV Bharat Odisha Team

Published : Jun 1, 2024, 1:58 PM IST

ଭୁବନେଶ୍ୱର: ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ୬ଟି ଲୋକସଭା କ୍ଷେତ୍ର ଭଦ୍ରକ, ବାଲେଶ୍ଵର, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ମତଦାତା । ଏହି ପର୍ଯ୍ୟାୟରେ ସର୍ବାଧିକ ମତଦାତା ମତଦାନ କରୁଛନ୍ତି । ଏଥିରେ ପ୍ରାୟ ୧ କୋଟି ଭୋଟର ଅଛନ୍ତି । ସବୁ ସ୍ଥାନରେ ସୁରୁଖୁରୁରେ ଭୋଟ ଗ୍ରହଣ ଚାଲିଛି । ଯେଉଁଠି ଇଭିଏମ ତ୍ରୁଟି ଥିଲା, ତାହା ଠିକ୍ କରାଯାଇଛି । ସକାଳ ୯ଟା ସୁଦ୍ଧା ରାଜ୍ୟରେ ହାରାହାରି ୭.୬୯ ପ୍ରତିଶତ ଭୋଟିଂ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।ମତଦାନକୁ ନେଇ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି । ଯୁବ ଭୋଟରମାନେ ମଧ୍ୟ ଏହାକୁ ଅନୁସରଣ କରି ନିଜର ମତପୋଷଣ କରିନ୍ତୁ । ୨୦୧୯ ସାଧାରଣ ନିର୍ବାଚନରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪.୩୮ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ଥର ମଧ୍ୟ ଭଲ ହେବ ବୋଲି ଆଶା ରହିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.