ବିଜେପି ମହିଳା ମୋର୍ଚ୍ଚା ସମାବେଶରେ ଯୋଗଦେଲେ ରେଳମନ୍ତ୍ରୀ, ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ - Ashiwini Vaishnaw Campaign - ASHIWINI VAISHNAW CAMPAIGN
🎬 Watch Now: Feature Video
Published : May 22, 2024, 11:39 AM IST
ବାଲେଶ୍ୱର: ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଦାସଙ୍କ ପାଇଁ ମଙ୍ଗ ଧରିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବାଲେଶ୍ୱର ଜିଲ୍ଲା ରେମୁଣା ବାଲିପାଳ ପଡ଼ିଆରେ ବିଜେପି ମହିଳା ମୋର୍ଚ୍ଚା ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ବାର୍ତ୍ତା ଦେବା ସହିତ ବିଜେପି ପ୍ରାର୍ଥୀମାନଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ।
ସେ କହିଥିଲେ, "ମହିଳା ସଶକ୍ତିକରଣ, ମହିଳାଙ୍କ ସମ୍ମାନ, ମହିଳାଙ୍କ ଜନଭାଗିଦାରୀ ଏସବୁ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ । ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ଵାରା ପ୍ରଣିତ ମହିଳା ସଶକ୍ତିକରଣ ଯୋଜନା ମିଶନ ଶକ୍ତିକୁ ପ୍ରଧାନମନ୍ତ୍ରୀ ମୋଦି ଅଧିକ ସଶକ୍ତ କରିଛନ୍ତି । ବିଗତ ଦିନର ସରକାର ମହିଳାଙ୍କୁ ସଂରକ୍ଷଣ ଦେବା ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ସଂସଦରେ ଆଇନ ପ୍ରଣୟନ କରାଯାଇ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାଙ୍କୁ ପ୍ରାଧାନ୍ୟ, ସ୍ବଚ୍ଛ ଭାରତ ମିଶନରେ ମହିଳାଙ୍କ ପାଇଁ ପାଇଖାନା, ସ୍ବଚ୍ଛ ଇନ୍ଧନ ସୁଖୀ ପରିବାର ଯୋଜନାରେ ମହିଳାଙ୍କୁ ଉଜ୍ବଳା ଗ୍ଯାସ, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳାଙ୍କୁ ସ୍ବତନ୍ତ୍ର ପରିଚୟ, ବେଟି ବଚାଓ ବେଟି ପଢାଓ, ସୁକନ୍ୟା ସମୃଦ୍ଧି ଯୋଜନା, ଗର୍ଭବତୀ ମହିଳାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ମାତୃତ୍ଵ ବନ୍ଦନା ଯୋଜନା, ସମସ୍ତ କର୍ମଜୀବୀ ମହିଳା ମାନଙ୍କର ଗର୍ଭଧାରଣ ସମୟର ଛୁଟିକୁ ୧୨ ସପ୍ତାହରୁ ୨୪ ସପ୍ତାହ ବୃଦ୍ଧି କରିଛନ୍ତି। ମହିଳା ଇ-ହାଟ ବ୍ଯବସ୍ଥା, ଘରେ ଘରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି ।"
ଇଟିଭି ଭାରତ, ବାଲେଶ୍ବର