ରାଜ୍ୟରେ 9ରୁ 14ରେ ପହଞ୍ଚିଲା କଂଗ୍ରେସ, ରାୟଗଡାର ସମସ୍ତ 3 ବିଧାନସଭା ଆସନରେ ଦଳର କ୍ଲିନସ୍ବିପ - Congress wins big in Rayagada

By ETV Bharat Odisha Team

Published : Jun 5, 2024, 9:44 AM IST

thumbnail
ରାଜ୍ୟରେ 9ରୁ 14ରେ ପହଞ୍ଚିଲା କଂଗ୍ରେସ, ରାୟଗଡାର ସମସ୍ତ 3 ବିଧାନସଭାରେ ଦଳର କ୍ଲିନସ୍ବିପ (ETV Bharat Odisha)

ରାୟଗଡା: ଗତକାଲି ପ୍ରକାଶ ପାଇଥିବା ବିଧାନସଭା ଫଳାଫଳରେ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି । ଶାସକ ବିଜେଡି ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଗତଥର 9ଆସନ ଜିତିଥିବା କଂଗ୍ରେସ ଏଥର 14 ଆସନରେ ପହଞ୍ଚିବାରେ ସଫଳ ହୋଇଛି । ରାୟଗଡା ଜିଲ୍ଲାର ତିନୋଟି ବିଧାନସଭାରେ ବାଜିମାତ କରିଛନ୍ତି କଂଗ୍ରେସ ପ୍ରାର୍ଥୀ । ରାୟଗଡା ବିଧାନସଭାରେ କଂଗ୍ରେସ ପ୍ରାଥୀ ଅପଲୁସ୍ୱାମୀ କାଦରକା ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜୁ ଜନତା ଦଳର ପ୍ରାର୍ଥୀ ଅନସୂୟା ମାଝୀଙ୍କୁ ପ୍ରାୟ 29 ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ବିଷମକଟକ ବିଧାନସଭାରେ କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକକା ବିଜୁ ଜନତା ଦଳର ପ୍ରାର୍ଥୀ ପୂର୍ବତନ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ପ୍ରାୟ 9ହଜାରରୁ ଊର୍ଦ୍ଧ୍ବ ଭୋଟରେ ହରାଇଛନ୍ତି । ଗୁଣୁପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାଥୀ ସତ୍ୟଜିତ ଗମାଙ୍ଗ ନିଜ ନିକଟତମ ବିଜେଡି ପ୍ରାଥୀ ରଘୁନାଥ ଗମାଙ୍ଗଙ୍କୁ ପ୍ରାୟ 30 ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି । ତେବେ ଏହି ବିଜୟ ପରେ ‘ଇଟିଭି ଭାରତ’ କୁ ସ୍ବତନ୍ତ୍ର ସାକ୍ଷାତକାରରେ ଏହି ବିଜୟର ଶ୍ରେୟ ଜନସାଧାରଣଙ୍କୁ ଦେବା ସହ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି ବିଜୟୀ ପ୍ରାର୍ଥୀ ଅପଲୁସ୍ୱାମୀ କାଦରକା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.