ଉଦଘାଟନର 5 ମାସ ନପୂରୁଣୁ ତାଳଦଣ୍ଡା କେନାଲ ଅବସ୍ଥା ବେହାଲ, ପାଣିରେ ଭାସୁଛି କୁଢ଼କୁଢ଼ ଅଳିଆ

By ETV Bharat Odisha Team

Published : Feb 14, 2024, 10:07 PM IST

thumbnail

Cuttack Taladanda Canal କଟକ: କୋଟି କୋଟି ଟଙ୍କା ଖର୍ଚ୍ଚରେ କଟକ ସହରର ବିକାଶ ହେଲା । ତାଳଦଣ୍ଡା କେନାଲର ପୁନରୁଦ୍ଧାର ହେଲା, ସେଠାରେ ବୋଟିଂ ବ୍ୟବସ୍ଥା ମଧ୍ୟ ହେଲା । କିନ୍ତୁ ଉଦଘାଟନର ମାତ୍ର ୫ ମାସ ନପୂରୁଣୁ କେନାଲ ଏବେ ଅଳିଆ ଆବର୍ଜନାରେ ଭର୍ତ୍ତି । କେନାଲ ସାରା ଦଳ । କେନାଲର ଦୂଷିତ ପାଣି ଏବେ କଟକବାସୀଙ୍କ ପାଇଁ ବିଷ ପାଲଟିଛି ।  

ତେବେ କଟକର ତାଳଦଣ୍ଡା କେନାଲକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ପରେ ଏବେ କେନାଲର ଅବସ୍ଥା ସୋଚନୀୟ। ୧୨୮ କୋଟି ଟଙ୍କା ବ୍ୟୟରେ ୨୦୨୩ ମସିହା ସେପ୍ଟେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ ରୂପାନ୍ତିକରଣ କାର୍ଯ୍ୟର ଉଦଘାଟନ କରିଥିଲେ । ହେଲେ ଉଦଘାଟନର ମାତ୍ର ୫ ମାସ ନପୂରୁଣ କେନାଲର ଅବସ୍ଥା ବେହାଲ । କେନାଲରେ ଭାସୁଛୁ କୁଢ କୁଢ ଅଳିଆ । ଉଦଘାଟନ ବେଳେ ସମଗ୍ର ପ୍ରକଳ୍ପର ସୁନ୍ଦର ଭିଡିଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଦେଖାଯାଇଥିଲା । କିନ୍ତୁ ଏବେ ଚିତ୍ର ପୁରା ଓଲଟା । କାମ ଚାଲୁଥିବା ବାହାନାରେ କେନାଲ ପାଣିକୁ ଅବରୋଧ କରିବାରୁ ଏଭଳି ସ୍ଥିତି ଉପୁଜିଥିବା ଦେଖାଯାଇଛି । ତେବେ କାର୍ଯ୍ୟ ଶେଷ ନକରି ତରବରିଆ ଭାବରେ ଏହାକୁ ଉଦଘାଟନ କରିବା ସରକାରଙ୍କ ଭୋଟ ରାଜନୀତି ବୋଲି ଅଭିଯୋଗ କରିଛନ୍ତି କଟକ ବାସିନ୍ଦା । ସେପଟେ କଟକ ମେୟର ଏହାକୁ ସ୍ବୀକାର କରିବା ସହ ଖୁବଶୀଘ୍ର କେନାଲ ସଫା କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.