ବୌଦ୍ଧରେ ଶେଷ ରଜ ଉତ୍ସବ; ପାରମ୍ପାରିକ ପିଠାପଣାରେ ମହକିଲା ଗାଁଠୁ ସହର - RAJA CELEBRATES IN boudh - RAJA CELEBRATES IN BOUDH
🎬 Watch Now: Feature Video
Published : Jun 16, 2024, 8:24 PM IST
RAJA CELEBRATES IN BOUDH: ବୌଦ୍ଧ: ରଜ ଉତ୍ସବ ପାଇଁ ଉତ୍ସବମୁଖର ବୌଦ୍ଧ ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କୃଷିଭିତ୍ତିକ ପର୍ବକୁ ଛୋଟରୁ ବଡ଼ ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି । ଆଜି ରଜ ଉତ୍ସବର ତୃତୀୟ ଦିନରେ ସତ୍ୟସାଇ ସଙ୍ଗଠନ ପକ୍ଷରୁ ଶତାଧିକ ଯୁବତୀ, ମହିଳା ଏକତ୍ରିତ ହୋଇ ଏହାକୁ ପାଳନ କରିଛନ୍ତି । 'ରଜ ଦୋଳି କଟମଟ' ଓ 'ବନସ୍ତେ ଡାକିଲା ଗଜ' ଗୀତର ତାଳେତାଳେ ରଜ ଦୋଳିରେ ଝୁଲି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି ରଜ । ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ସଂକ୍ରାନ୍ତି ଅବସରରେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପିଠାପଣାର ମହକ ସହିତ ଖିଲିପାନର ବେଶ ଚାହିଦା ଦେଖିବାକୁ ମିଳିଥିଲା । ମହାନଦୀ ବିହାର ପାର୍କରେ ରଜ ସଂକ୍ରାନ୍ତି ଅବସରରେ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା । ମହାନଦୀ ଗର୍ଭରେ ଅବସ୍ଥିତ ମର୍ଜାକୁଦ ଦ୍ବୀପାଞ୍ଚଳର ଆମ୍ବ ବଗିଚା ଠାରେ ସତ୍ୟସାଇ ସଙ୍ଗଠନ ପକ୍ଷରୁ ଶତାଧିକ ଯୁବତୀ, ମହିଳା ଏକତ୍ରିତ ହୋଇ ରଜ ଉତ୍ସବ ପାଳନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ....ଶେଷ ରଜରେ ପାନ୍ଥନିବାସରେ ରାଜଧାନୀବାସୀଙ୍କ ରଜ ମଉଜ - Last Day Of Raja Festival
ଇଟିଭି ଭାରତ, ବୌଦ୍ଧ