Kidnapper-Child Bonding; ବାପା ମା’ଙ୍କୁ ଦେଖି ଚିହ୍ନି ପାରୁନି ପୁଅ, କିଡନାପରକୁ ଜାବୁଡି ଧରି କାନ୍ଦିଲା କୁନି ପୁଅ, ଅପହରଣକାରୀ ବି କାନ୍ଦି ପକାଇଲା - Kidnapper Child Bonding

By ETV Bharat Odisha Team

Published : Aug 31, 2024, 1:24 PM IST

thumbnail
Kidnapper-Child Bonding (ETV Bharat Odisha)

ଜୟପୁର: ପୋଲିସ ଷ୍ଟେସନର ଇମୋସନାଲ୍ ଦୃଶ୍ୟ । କୁନି ପିଲାଟି କାନ୍ଦି କାନ୍ଦି ଜାବୁଡି ଧରିଛି ଜଣେ ବ୍ୟକ୍ତିଙ୍କୁ । ଆଉ କାନ୍ଦୁଥିବା ପିଲାଟିକୁ ଛଡେଇ ଆଣିଲେ ପୋଲିସ ବାବୁ । ଏପଟେ ପିଲାଟିକୁ ନେଇଗଲା ପରେ କାନ୍ଦିପକାଇ, ଗାମୁଛାରେ ଲାହୁ ପୋଛି ପକାଉଛନ୍ତି ବ୍ୟକ୍ତି ଜଣଙ୍କ । 

ଏ ଆବେଗଭରା ଦୃଶ୍ୟ ଦେଖି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଘଟଣା ଜାଣିଲା ପରେ ହୋଇଯିବେ ଆବାକ୍ । ପୋଲିସ ବାବୁ ପିଲାଟିକୁ ତା ବାପା ମା’ଙ୍କ ପାଖକୁ ନେବା ସମୟରେ ପିଲାଟି ନଯିବାକୁ ଜିଦ୍ ଧରିଲା । ଆଉ ଏପଟେ ପିଲାଟି ଏତେ କାନ୍ଦିଲା ଯେ ନିଜେ ବି କାନ୍ଦି ପକାଇଲା କିଡନାପର୍ । ହଁ ଠିକ୍ ଶୁଣିଛନ୍ତି ପୋଲିସ ଷ୍ଟେସନରେ କାନ୍ଦୁଥିବା ଲୋକ ଜଣେ କିଡନାପର ।

14 ମାସ ଧରି ପିଲାଟିକୁ ଅପହରଣ କରି ପାଖରେ ରଖିଥିଲା ଅପହକାରୀ । ନିକଟରେ ଉତ୍ତର ପ୍ରଦେଶରୁ ଅପହରଣ ହୋଇଥିବା ପୃଥ୍ବୀକୁ ଉଦ୍ଧାର କରିଛି ରାଜସ୍ଥାନ ୟଜପୁର ପୋଲିସ । ଆଉ ଏପଟେ ଥାନାରେ ପିଲାଟିକୁ ତା ବାପା ମା’ଙ୍କୁ ହସ୍ତାନ୍ତର କଲା ବେଳେ ଏପରି ଭାବପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପଟେ କିଡନାପର ପାଇଁ ପିଲାଟିର କାନ୍ଦ ଭିଡିଓ ଏବେ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.