thumbnail

By ETV Bharat Odisha Team

Published : Apr 15, 2024, 11:01 PM IST

ETV Bharat / Videos

ଅଣ ଆଦିବାସୀ ଦଳୀୟ ପ୍ରାର୍ଥୀଙ୍କୁ ସମାଜର ବିରୋଧ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଜିଲ୍ଲା କଂଗ୍ରେସ - Kandhamal congress

Kandhamal congress ଫୁଲବାଣୀ: ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । କଂଗ୍ରେସର ଫୁଲବାଣୀ ବିଧାସନଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ପ୍ରତିଭା କହଁରଙ୍କୁ ନେଇ ବିରୋଧ ତେଜୁଥିବା ବେଳେ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜିଲ୍ଲା ସଭାପତି ଓ ଖୋଦ୍ ପ୍ରତିଭା କହଁର । ଅଣ ଆଦିବାସୀ ଦଳୀୟ ପ୍ରାର୍ଥୀଙ୍କୁ ସମାଜର ବିରୋଧ ପ୍ରସଙ୍ଗରେ ସେ ସ୍ପଷ୍ଟୀକରଣ ରଖିଛନ୍ତି । ଏହା ବିଫଳ ଆଶାୟୀଙ୍କ କୁଚକ୍ରାନ୍ତ ବୋଲି କହିଛି ଜିଲ୍ଲା କଂଗ୍ରେସ । 

କନ୍ଧମାଳରେ ଅଣ ଆଦିବାସୀ ଦଳୀୟ ପ୍ରାର୍ଥୀଙ୍କୁ କୁଇ ସମାଜର ବିରୋଧ ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖିଛି ଜିଲ୍ଲା କଂଗ୍ରେସ । ଚଳିତ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କନ୍ଧମାଳରେ ଦିଆଯାଇଥିବା ପ୍ରାର୍ଥୀଙ୍କୁ ଅଣଆଦିବାସୀ କହି ବିରୋଧ କରିଛି କୁଇ ସମାଜ । ଏହି ପ୍ରସଙ୍ଗକୁ ନେଇ ଆସନ୍ତାକାଲି (ମଙ୍ଗଳବାର) କନ୍ଧମାଳ ବନ୍ଦ ଡାକରା ମଧ୍ୟ ଦେଇଛି କୁଇ ସମାଜ । ତେବେ ଏହାକୁ ନେଇ ନିଜର ପକ୍ଷ ରଖିଛି ଜିଲ୍ଲା କଂଗ୍ରେସ କମିଟି ।

ଏହାମଧ୍ୟ ପଢନ୍ତୁ.. କାଲି କୁଇ ସମାଜର କନ୍ଧମାଳ ବନ୍ଦ ଡାକରା, ସମର୍ଥନ କରିବନି ସମନ୍ଵୟ ସମିତି - Kandhmal Bandh

ଫୁଲବାଣୀ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ପ୍ରତିଭା କହଁରଙ୍କ ଆଦିବାସୀ ମାନ୍ୟତା ନେଇ କୁଇ ସମାଜ ଉଠାଇଥିବା ବିରୋଧକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି । ପ୍ରତିଭା ପୂର୍ଣ୍ଣ ଆଦିବାସୀ ଏଥିରେ କୌଣଷି ସନ୍ଦେହ ନାହିଁ ବୋଲି କହିଛନ୍ତି ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡା । ସେ କହିଛନ୍ତି ,"ଗତ ପଞ୍ଚାୟତ ନିର୍ବାଚନରେ ପ୍ରତିଭା ଜିଲ୍ଲାରେ ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ଭୋଟରଙ୍କ ମଧ୍ୟରେ ସର୍ବାଧିକ ଆଦିବାସୀ ଥିଲେ l ତେଣୁ ଏବେ ଏହି ପ୍ରସଙ୍ଗକୁ ଉଠାଇବା ଭିତ୍ତିହୀନ ତଥା ଅପ୍ରାସଙ୍ଗିକ ବୋଲି କହିବା ସହ ଟିକଟ ଆଶାରେ ଥିବା କିଛି ବିଫଳ ଆଶାୟୀଙ୍କ ଚକ୍ରାନ୍ତ ।"  
 

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.