ରଘୁନନ୍ଦନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି, ଜିଲ୍ଲାପାଳ ଅଫିସ୍ ଆଗରେ ସାମ୍ବାଦିକଙ୍କ ବିକ୍ଷୋଭ - Subarnapur Journalists protest

By ETV Bharat Odisha Team

Published : Jun 27, 2024, 3:22 PM IST

thumbnail
ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣା, ଜିଲ୍ଲାପାଳ ଅଫିସ୍ ଆଗରେ ସାମ୍ବାଦିକଙ୍କ ବିକ୍ଷୋଭ ପ୍ରଦର୍ଶନ (ETV Bharat Odisha)

Subarnapur Journalists Protest: ସୁବର୍ଣ୍ଣପୁର: କର୍ତ୍ତବ୍ୟରତ ମହିଳା ସାମ୍ବାଦିକଙ୍କ ଉପରକୁ ବିଜେଡି ନେତା ରଘୁନନ୍ଦନ ଦାସ କୁକୁର ଛାଡିବା ଘଟଣାକୁ ନେଇ ତେଜୁଛି ବିବାଦ । ବିଭିନ୍ନ ମହଲରେ ବିଜେଡି ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର କାର୍ଯ୍ୟକାରୀ ସାମ୍ବାଦିକମାନେ ରଘୁନନ୍ଦନଙ୍କ ଏଭଳି ଅମାନବୀୟ କାର୍ଯ୍ୟକୁ କଡ଼ା ନିନ୍ଦା କରିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ବିଜେଡି ନେତାଙ୍କୁ ତୁରନ୍ତ ଗିରଫ କରିବା ସଙ୍ଗେ ସଙ୍ଗେ ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ଲାଗି ସ୍ବତନ୍ତ୍ର ଆଇନ ପ୍ରଣୟନ ପାଇଁ ସେମାନେ ଦାବି ରଖିଛନ୍ତି । ସାମ୍ବାଦିକମାନେ ସବୁ ସମୟରେ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଭାବେ ଶୋଷଣର ଶିକାର ହେଉଥିବା ବେଳେ ରାଜ୍ୟ ସରକାର ସାମ୍ବାଦିକଙ୍କ ଧନ ଜୀବନର ସୁରକ୍ଷା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.