ମେଣ୍ଟ ନହେବା ଭଲ ପଦକ୍ଷେପ: ଜୟନାରାୟଣ ମିଶ୍ର - BJD BJP ALLIANCE - BJD BJP ALLIANCE
🎬 Watch Now: Feature Video
Published : Mar 23, 2024, 9:02 AM IST
BJD BJP ALLIANCE: ସମ୍ବଲପୁର: ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ଲାଗି ରହିଥିବା ଚର୍ଚ୍ଚାରେ ଯବନିକା ପଡିଛି । ଏହା ସ୍ପଷ୍ଟ ହେବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି l ମେଣ୍ଟ ନହେବାକୁ ଭଲ ପଦକ୍ଷେପ ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି,''ଏହା ଗୋଟେ ବହୁତ ବଢିଆ ପଦକ୍ଷେପ l ଏହା ଦ୍ୱାରା କର୍ମୀ ମାନେ ସମସ୍ତେ ଏକ ହୋଇ ଆମ ପାର୍ଟିକୁ ଆଗକୁ ନେବାକୁ ଚେଷ୍ଟା କରିବେ l ଆଉ ଓଡିଶାର ଜନତା ଆମକୁ ନିଶ୍ଚିତ ଭାବରେ ସଂଖ୍ୟା ଗରିଷ୍ଠତା ଦେବେ l ସମ୍ବଲପୁର ଜିଲ୍ଲାରେ ଥିବା 4 ବିଧାନସଭା ସିଟକୁ ଆମେ ନେବୁ ଓ଼ ଲୋକସଭା ସିଟକୁ ମଧ୍ୟ ଆମେ ନେବୁ । ଏହିଭଳି ଭାବେ ଆମେ ଆଗାମୀ ନିର୍ବାଚନରେ ଆମେ ସଂଖ୍ୟା ଗରିଷ୍ଠତା ହାସଲ କରିବୁ l ମେଣ୍ଟ ସପକ୍ଷରେ ରାଜ୍ୟ ବିଜେପିର କୌଣସି ଶୀର୍ଷ ନେତା କିମ୍ବା ଜାତୀୟ ସ୍ତରୀୟ ନେତା କହି ନାହାଁନ୍ତି l ତେଣୁ ମେଣ୍ଟ ପ୍ରସଙ୍ଗରେ ଚର୍ଚ୍ଚାର କୌଣସି ମୂଲ୍ୟ ନାହିଁ l ବର୍ତ୍ତମାନ ଆମେ 147 ବିଧାନସଭା ସିଟରେ ଲଢ଼ିବୁ l ବର୍ତ୍ତମାନ ବିଜେଡି ଭାଙ୍ଗୁଛି ଓ଼ ବିଜେପିର ବୃଦ୍ଧି ହେଉଛି l’’
ସେ ଆହୁରି ମଧ୍ୟ କହିଥିଲେ, ''ବର୍ତ୍ତମାନ ସ୍କୁଲ ଓ଼ କଲେଜ ଗୁଡିକରେ ପରୀକ୍ଷା ଚାଲୁଥିବା ବେଳେ ରାଜ୍ୟ ସରକାର ଏଠାରେ ନାଚ ଗୀତର ଆସର ଜମାଉଛନ୍ତି l ତେଣୁ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ବିଭିନ୍ନ ସ୍କିମ ନାରେ ଟଙ୍କା ପକାଉ ଥିଲେ ମଧ୍ୟ ତାହାର ପ୍ରଭାବ ନିର୍ବାଚନରେ ପଡିବ ନାହିଁ ।''
ଇଟିଭି ଭାରତ, ସମ୍ବଲପୁର