ରାୟଗଡ଼ାରେ ବାଂଲାଦେଶ ତାତି, ଗର୍ଜିଲା ଜଗନ୍ନାଥ ସୁରକ୍ଷା ମଞ୍ଚ - jagannath suraksha mancha protest

By ETV Bharat Odisha Team

Published : Aug 18, 2024, 10:31 PM IST

thumbnail
JAGANNATH SURAKSHA MANCHA PROTEST (ETV Bharat Odisha)

JAGANNATH SURAKSHA MANCHA PROTEST: ରାୟଗଡ଼ା: ବାଂଲାଦେଶରେ ଦେଖା ଦେଇଥିବା ଅସ୍ଥିରତାକୁ ନେଇ ଆଜି ରାୟଗଡାରେ ବିକ୍ଷୋଭ ଦେଖିବାକୁ ମିଳିଛି । ବାଂଲାଦେଶରେ ହିନ୍ଦୁ ଦେବାଦେବୀ ପୋଡି ଓ ହିନ୍ଦୁଙ୍କ ପ୍ରତି ହୋଇଥିବା ଅତ୍ୟାଚାରକୁ ନେଇ ଗର୍ଜିଛି ଜଗନ୍ନାଥ ସୁରକ୍ଷା ମଞ୍ଚ । ଏନେଇ ରାୟଗଡ଼ା ଜଗନ୍ନାଥ ସୁରକ୍ଷା ମଞ୍ଚ ତରଫରୁ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଏହାର ପ୍ରତିବାଦରେ ଜଗନ୍ନାଥ ସୁରକ୍ଷା ମଞ୍ଚ ତରଫରୁ ରାୟଗଡା ଜଗନ୍ନାଥ ମନ୍ଦିର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

ଏନେଇ ଜଗନ୍ନାଥ ସୁରକ୍ଷା ମଞ୍ଚର ଆବାହକ ବାଦଲ ତାହା କହିଛନ୍ତି," ଓଡ଼ିଆଙ୍କ ଆରାଧ୍ୟ ତଥା ସାରା ବିଶ୍ଵର ଦେବତା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହଙ୍କୁ ଜାଳିଦେବା ସହ ଅନେକ ଦେବାଦେବୀଙ୍କ ମନ୍ଦିର ଧ୍ଵଂସ କରିଛନ୍ତି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ । ଏହାସହ ହିନ୍ଦୁ ଧର୍ମାବଲମ୍ବୀଙ୍କ ପରିବାରର ଝିଅ-ବୋହୁଙ୍କ ଉପରେ ଅତ୍ୟାଚାର କରିବା ପାଇଁ ମଧ୍ୟ ପଛାଉନାହାନ୍ତି । ଯାହା ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଏନେଇ ପଡୋଶୀ ଦେଶ ସହ ସମ୍ପର୍କ ଛିନ୍ନ କରିବାକୁ ଆମେ ଦାବି କରିଛୁ । ଆମ ଜିଲ୍ଲାରେ ବିଭିନ୍ନ ଗାଁ ଗହଳି ଓ ସହରରେ ପରିଚୟ ନଥାଇ ଯେଉଁ ଅନୁପ୍ରବେଶକାରୀ ରୋହିଙ୍ଗ୍ୟା ମାନେ ବସବାସ କରୁଛନ୍ତି । ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଯାଞ୍ଚ କରି ଜିଲ୍ଲାରୁ ବିତାଡିତ କରାଯାଉ । "

ଏହା ମଧ୍ୟ ପଢନ୍ତୁ ...ବାଂଲାଦେଶ ହିଂସା ଘଟଣା: କେମିତି ସୁରକ୍ଷିତ ଦେଶ ଛାଡିଲେ ଶେଖ ହସିନା, ହୋଇଥିଲା କି କିଛି ବୁଝାମଣା ? - Bangladesh violence 

ଇଟିଭି ଭାରତ,ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.