ଆଉ 2ଟା ଦିନ, ଉଦଘାଟନ ଅପେକ୍ଷାରେ ଆବୁଧାବିର ବିଶାଳ ହିନ୍ଦୁ ମନ୍ଦିର

By ETV Bharat Odisha Team

Published : Feb 12, 2024, 9:30 AM IST

thumbnail

BAPS Hindu Mandir in Abu Dhabi:ଆବୁଧାବୀ: ୟୁନାଇଟେଡ୍ ଏମିରେଟ୍ସର ରାଜଧାନୀ ଆବୁଧାବୀରେ ପ୍ରଥମ ପାରମ୍ପାରିକ ହିନ୍ଦୁ ମନ୍ଦିର । ମୁସଲିମ ଦେଶ UAE ମାଟିରେ ପୂଜା ପାଇବେ ଜଗତରନାଥ ଜଗନ୍ନାଥ । ବିଶ୍ବନିୟନ୍ତାଙ୍କୁ ୟୁଏଇରେ ବି ଦର୍ଶନ କରିପାରିବେ ବିଶ୍ବବାସୀ । ନିର୍ମାଣ ହେଉଛି ବିପିଏସ ହିନ୍ଦୁ ମନ୍ଦିର । ଯେଉଁ ମନ୍ଦିରରେ ଅଧିଷ୍ଠିତ ହେବେ ହିନ୍ଦୁ ଧର୍ମର ସମସ୍ତ ଦେବାଦେବୀ । ପୂରା ରୀତିନୀତି ସହ ହେବେ ପୂଜିତ ।  ମନ୍ଦିର ନିର୍ମାଣରେ ବଡ ଭୂମିକା ତୁଳାଇଛନ୍ତି ଓଡିଆ କାରିଗର । ମନ୍ଦିର କାନ୍ଥରେ ଖୋଦିତ ହୋଇଛି କଳିଙ୍ଗର କଳା ସଂସ୍କୃତି ଐତିହ୍ୟ । ଆସନ୍ତା ୧୪ ତାରିଖରେ ବିଏପିଏସକୁ ପ୍ରଧାନମନ୍ତ୍ରୀ  ଉଦଘାଟନ କରିବେ  । ମାର୍ଚ୍ଚ ୧ରେ ଏହା ସର୍ବସାଧାରଣ ଦର୍ଶନ ଲାଗି ଖୋଲାଯିବ  । ଏହି ମନ୍ଦିର ପ୍ରାୟ ୨୦ ହଜାର ବର୍ଗ ମିଟର ଜାଗାରେ ନିର୍ମାଣ ହୋଇଛି । ତେବେ ଦୀର୍ଘ ବର୍ଷର ପରିଶ୍ରମ ପରେ ୟୁଏଇରେ ମନ୍ଦିର ସ୍ବପ୍ନ ବାସ୍ଥବ ହୋଇଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.