thumbnail

By ETV Bharat Odisha Team

Published : Feb 17, 2024, 6:36 PM IST

ETV Bharat / Videos

ବୁଲୁଛି ଆହତ ଦନ୍ତା, ଆଶଙ୍କାରେ ଅଞ୍ଚଳବାସୀ

Injured Elephant Roaming in Angul: ଅନୁଗୋଳ: ଗାଁ ପାଖାପାଖି ବୁଲୁଛି ଆହାତ ହାତୀ । ଯାହାକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ ପ୍ରାୟ ଦୁଇରୁ ତିନିଦିନ ହେବ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଏହି ହାତୀଟି ଟାଙ୍ଗିରୀ ପଞ୍ଚାୟତର ପୁରୁଣାଗଡ଼ ଅଞ୍ଚଳର ରାସ୍ତା କଡରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଫଳରେ ସେହି ରାସ୍ତାରେ ଯିବା ଆସିବା କରିବାକୁ ମଧ୍ୟ ଲୋକ ଭୟ କରୁଥିଲେ । 

ଏହା ମଧ୍ୟ ପଢ଼ନ୍ତୁ.... ବୋମା ଖାଇ ହାତୀ ମୃତ୍ୟୁ ପ୍ରସଙ୍ଗ, ଖୁବଶୀଘ୍ର ତଦନ୍ତ କରାଯିବ କହିଲେ ପିସିସିଏଫ

ହାତୀଟିର ମୁଣ୍ଡରେ ଏକ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି । ସେହି କ୍ଷତରୁ ରକ୍ତ ଝରୁଥିବା ମଧ୍ୟ ଜଣାପଡିଛି । ଖବର ପାଇବା ପରେ ବନ ବିଭାଗ ଅଧିକାରୀ ମାନେ ପହଞ୍ଚିଥିଲେ । ହାତୀଟି ଆହତ ଥିବା ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଅନୁଗୋଳରୁ ଏକ ଡାକ୍ତରୀ ଟିମ ଏବଂ ଟ୍ରାଙ୍କୁଲାଇଜ ଟିମ ପହଞ୍ଚିଥିଲା । ତେବେ ସନ୍ଧ୍ୟା ସୁଧା ହାତୀ ଉପରେ କେବଳ ନଜର ରଖା ଯାଇଥିଲା । ବନ ବିଭାଗ କହିବା କଥା ପରିସ୍ଥିତି ଉପରେ ନଜର ରଖା ଯାଇଛି । ଆବଶ୍ୟକ ପଡିଲେ ଟ୍ରାଙ୍କୁଲାଇଜ କରି ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ । ଆହତ ହାତୀର ଚିକିତ୍ସା ନକଲେ ସେ ଆହୁରି ଭୟଙ୍କର ହୋଇପାରେ ବୋଲି ସ୍ଥାନୀୟ ଲୋକ ଆଶଙ୍କା କରୁଛନ୍ତି । ଖାଲି ସେତିକି ନୁହେଁ ହାତୀଟି ବେଳେ ବେଳେ ପ୍ରବଳ ବେଗରେ ଦୌଡୁ ଥିବାରୁ କିଛି କ୍ଷୟକ୍ଷତି ଘଟାଇବା ସହ ଜୀବନ ହାନିର ମଧ୍ୟ ଭୟ ରହୁଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.