ରାମମୟ ହେଲା ସିଡନୀ, ପ୍ରବାସୀ ଭାରତୀୟ ବାହାର କଲେ ବିଶାଳ ଶୋଭାଯାତ୍ରା - pranpratishtha ustav in UP
🎬 Watch Now: Feature Video
Published : Jan 20, 2024, 9:21 PM IST
ହାଇଦ୍ରାବାଦ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର 48 ଘଣ୍ଟାରୁ କମ ସମୟ ବାକି ଥିବା ବେଳେ ସାରା ଦେଶର ବିଭିନ୍ନ ସ୍ଥାନରେ ଆନନ୍ଦଉତ୍ସବ ପାଳନ ଆରମ୍ଭ ହୋଇଗଲାଣି । ହେଲେ ଦେଶ ବାହାରେ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ମଧ୍ୟ ଉତ୍କଣ୍ଠାର ମାତ୍ରା କିଛି କମ ନାହିଁ । ଅଷ୍ଟ୍ରେଲିଆ ରାଜଧାନୀ ସିଡନୀରେ ଥିବା ପ୍ରବାସୀ ଭାରତୀୟମାନେ ଆଜି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଏକ ଶୋଭାଯାତ୍ରା ବାହାର କରିଛନ୍ତି । କାରରେ ସେମାନେ ଗୈରିକ ପତାକା ଲଗାଇ ଶୋଭାଯାତ୍ରା କରିଥିଲେ । ଏଥିରେ ଶତାଧିକ କାର ବ୍ୟବହାର ହୋଇଥିଲା । ପରେ ଏକ ଗ୍ରାଉଣ୍ଡରେ ସମସ୍ତେ ଏକାଠି ହୋଇଥିଲେ । ଜୟ ଶ୍ରୀରାମ ଧ୍ବନୀରେ ସାରା ପରିବେଶ ପ୍ରକମ୍ପିତ ହୋଇଥିଲା । ଏଥିରେ ପ୍ରାୟ 5 ହଜାର ପ୍ରବାସୀ ଭାରତୀୟ ଅଂଶଗ୍ରହଣ କରିଥିଲେ । ଅନ୍ୟପଟେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ କର୍ତ୍ତା ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଦକ୍ଷିଣ ଭାରତର ଏକାଧିକ ପ୍ରମୁଖ ମନ୍ଦିରରେ ଦର୍ଶନ କରିଛନ୍ତି । ଆସନ୍ତାକାଲି ସେ ଦିଲ୍ଲୀ ଫେରିବା ସହ 22 ପୂର୍ବାହ୍ନରେ ଅଯୋଧ୍ୟାରେ ପହଞ୍ଚିବେ । ଦେଖନ୍ତୁ କିପରି ଥିଲା ଅଷ୍ଟ୍ରେଲିଆରେ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ...