ମୟୂରଭଞ୍ଜରେ ସାଂସଦ, ୭ ଜଣ ବିଧାୟକ ଓ ଦୁଇ ମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ - Ministers welcomed in Mayurbhanj - MINISTERS WELCOMED IN MAYURBHANJ
🎬 Watch Now: Feature Video
Published : Jun 17, 2024, 7:11 PM IST
MLAs and Ministers Welcomed in Mayurbhanj: ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ସ୍ଥିତ ପଲବଣିଠାରେ ମୟୂରଭଞ୍ଜ ସାଂସଦ, ବିଜେପିର ୭ ଜଣ ବିଧାୟକ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଦଳୀୟ କର୍ମକର୍ତ୍ତାଙ୍କ ସହିତ ସ୍ଥାନୀୟ ଜନସାଧାରଣମାନେ ସେମାନଙ୍କୁ ସ୍ୱାଗତ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଦୁଇ ଜଣ ବିଧାୟକ ମନ୍ତ୍ରୀ ପଦ ପାଇଛନ୍ତି । କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପଦ ପାଇଥିବା ବେଳେ ଗଣେଶ ରାମସିଂ ଖୁଣ୍ଟିଆ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହୋଇଛନ୍ତି ।
ପାଲବଣି ଠାରୁ ଏକ ବିଶାଳ ଶୋଭା ଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ତକତପୁରଠାରେ ଥିବା ବିଜେପି ଦଳୀୟ କାର୍ଯ୍ୟାଳୟରେ ଏହା ଶେଷ ହୋଇଥିଲା । ଏହାପରେ ସେଠାରେ ମଧ୍ୟ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଓ ଦୁଇ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଓ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ସମସ୍ତ ସାତ ଜଣ ବିଧାୟକଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।
ସେପଟେ କିଭଳି ଶିମିଳିପାଳର ସୁରକ୍ଷା ନିଆଯାଇ ପାରିବ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ । ସେହିପରି ସହରର ବିକାଶ କିଭଳି ହେବ ସେନେଇ ନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ଓ ଦାୟିତ୍ବ ଦେଇଛନ୍ତି ତାହା ସୁଚାରୁରୂପେ ପରିଚାଳିତ ହେବ ସେଥିପାଇଁ ଦାୟିତ୍ବବାନ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ମୋରୋଡା ବିଧାୟକ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ।
ଇଟିଭି ଭାରତ, ମୟୂରଭଞ୍ଜ