ଶ୍ରାବଣ ତୃତୀୟ ସୋମବାର: ଆଖଣ୍ଡଳମଣିଙ୍କୁ ଜଳଲାଗି, 20 ହଜାରରୁ ଊର୍ଦ୍ଧ୍ଵ କାଉଡିଆଙ୍କ ସମାଗମ - Crowd At Akhandalamani Temple

By ETV Bharat Odisha Team

Published : Aug 5, 2024, 7:09 PM IST

thumbnail
Akhandalamani Temple (ETV Bharat Odisha)

Crowd At Akhandalamani Temple: ଭଦ୍ରକ: ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଶ ସମସ୍ତ ଶୈବପୀଠ। ବାବା ଆଖଣ୍ଡଳମଣିଙ୍କୁ ଜଳ ଲାଗି କରିବା ପାଇଁ 20 ହଜାରରୁ ଉର୍ଦ୍ଧ୍ଵ କାଉଡିଆ ଭକ୍ତଙ୍କ ସମାଗମ ହୋଇଛି । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଆଖଣ୍ଡଳମଣି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହ ପୀଠକୁ ସଂଯୋଗ କରୁଥିବା 3ଟି ନଦୀଘାଟ ଜଗି ରହିଛନ୍ତି ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ । ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ଯେପରି ନଦୀ ପାର୍ ନକରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଏଥିପାଇଁ 2 ଜଣ ଅଧିକାରୀଙ୍କ ସହ 3 ପ୍ଲାଟୁନ ପୋଲି ଫୋର୍ସ ମୁତୟନ କରାଯାଇଛି । 

ଏହା ବି ପଢନ୍ତୁ...ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ମହାଦେବଙ୍କୁ ଜଳାଲାଗି ପାଇଁ ପ୍ରବଳ ଭିଡ - Sawan third Monday

କାଉଡିଆ ଭକ୍ତମାନଙ୍କ ବୋଲ ବମ, ହରହର ବମ ଧ୍ବନିରେ ପ୍ରକମ୍ପିତ ହେଉଛି ସମଗ୍ର ପୀଠ । ପୂର୍ବ ଅପେକ୍ଷା ପୀଠରେ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମନ୍ଦିର ଭିତରେ ଏବଂ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସହ ସ୍ବତନ୍ତ୍ର ବାରିକେଡ୍ କରାଯାଇଛି । ଅନ୍ୟପଟେ ମହିଳା କାଉଡିଆ ଭକ୍ତମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ହୋଇଛି । ପ୍ରତି ରବିବାର ଏବଂ ସୋମବାର ନିରିବଛିନ୍ନ ବିଦ୍ୟୁତ ଯୋଗାଣ ସହିତ 24 ଘଣ୍ଟିଆ ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ପରିମଳ, ଅସ୍ଥାୟୀ ଆଶ୍ରୟ ସ୍ଥଳୀ ବ୍ୟବସ୍ଥା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ମନ୍ଦିରର ଦୈନନ୍ଦିନ ନୀତିକାନ୍ତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.