ଚର୍ଚ୍ଚାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ କଲେ ପାଦ ସେବା - Minister Washes Feet Of Kanwariya

By ETV Bharat Odisha Team

Published : Jul 29, 2024, 2:15 PM IST

thumbnail
ଚର୍ଚ୍ଚାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ କଲେ ପାଦ ସେବା (ETV Bharat Odisha)

ଭଦ୍ରକ: ଆଜି ଶ୍ରାବଣ ମାସ ଦ୍ବିତୀୟ ସୋମବାର । ସକାଳୁ ସକାଳୁ ରାଜ୍ୟର ସମସ୍ତ ଶୈବପୀଠ ଗୁଡିକରେ ଜମିଛି ଭକ୍ତଙ୍କ ଗହଳି । ଏପରି ପବିତ୍ର ଦିନରେ କାଉଡ଼ିଆ ଭକ୍ତଙ୍କ ପାଦ ସେବା କରିଛନ୍ତି ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଭଦ୍ରକ ଜିଲ୍ଲା ଅଧୀନରେ ଥିବା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ଇଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କୋଠାର ଛକ ନିକଟରେ କାଉଡିଆ ଭକ୍ତଙ୍କ ସେବାରେ ନିଜକୁ ସାମିଲ କରିଛନ୍ତି । ଗତବର୍ଷ ମଧ୍ୟ ସେ ଭଦ୍ରକ ଆଖଣ୍ଡଳମଣି ରାସ୍ତାର କୋଠାର ଛକରେ କାଉଡ଼ିଆ ଭକ୍ତଙ୍କ ସେବା କରିଥିଲେ । ତେବେ ଚଳିତ ବର୍ଷ ମଧ୍ୟ ସେ ସମାନ ଢଙ୍ଗରେ କାଉଡିଆ ଭକ୍ତଙ୍କ ସେବା କରିଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ସୂରଜ କାଉଡ଼ିଆଙ୍କ ପାଦ ଧୋଇଥିଲେ । ଏଥିସହ ସେମାନଙ୍କ ପାଇଁ ପଣା ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି ମନ୍ତ୍ରୀ । ଏଭଳି କାର୍ଯ୍ୟ କରି ସେ ବେଶ ଖୁସି ଥିବା କହିଛନ୍ତି । ତେବେ ମନ୍ତ୍ରୀ ହେବା ପରେ ଗଣମାଧ୍ୟମର ଚର୍ଚ୍ଚାରେ ଥିବା ସୂରଜ ପୁଣି ଥରେ ଏହି ମହାନ କାର୍ଯ୍ୟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଶଂସା ସାଉଁଟିଛନ୍ତି । 


ଏହା ମଧ୍ୟ ପଢନ୍ତୁ: ଗଡଗଡିଆରେ ଘାଟରେ ଭାସିଗଲେ କାଉଡିଆ, ଅଧାରେ ରହିଗଲା ମହାଦେବଙ୍କୁ ଜଳ ଲାଗି; କାର ଦୁର୍ଘଟଣାରେ 2 ବୋଲବମ୍ ଭକ୍ତଙ୍କ ମୃତ୍ୟୁ 

ଭଦ୍ରକ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.