thumbnail

ବାତ୍ୟା 'ଦାନା'ର ପ୍ରଭାବରେ ଯାଜପୁରରେ ପ୍ରବଳ ବର୍ଷା

By ETV Bharat Odisha Team

Published : 3 hours ago

ଯାଜପୁର: ବିଭିନ୍ନ ସ୍ଥାନରେ ବାତ୍ୟା 'ଦାନା'ର ପ୍ରଭାବ ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ଲାଗି ରହିଛି । ଏ ହେଉଛି ଦଶରଥପୁର ଅଞ୍ଚଳର ଦୃଶ୍ୟ । ଚଳିତ ବାତ୍ୟାରେ ଯାଜପୁର ଜିଲ୍ଲାରେ ସେଭଳି କୌଣସି ବିଶେଷ ପ୍ରଭାବ ଅନୁଭୂତ ହୋଇନାହିଁ । ତେବେ ବର୍ଷା ଲାଗିରହିଥିବାରୁ ଦଶରଥପୁର, ବିଞ୍ଝାରପୁର ଓ ବରୀ ବ୍ଲକ ଅଞ୍ଚଳର ଜନଜୀବନ ପ୍ରଭାବିତ ହୋଇଛି ।

ଏହା ବି ପଢନ୍ତୁ...ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ

ଏହା ବି ପଢନ୍ତୁ..'ଦାନା' ଲ୍ୟାଣ୍ଡଫଲ ପରେ ଗଡ଼ିଲା ଟ୍ରେନ, ରେଳ ଯାତ୍ରୀଙ୍କୁ ଖୁସି କରାଇଲା ପୂର୍ବତଟ ରେଳବାଇ

ଏହା ବି ପଢନ୍ତୁ...ସରିଲା ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପ୍ରକ୍ରିୟା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ବର୍ଷା ଆଲର୍ଟ

ଏହା ବି ପଢନ୍ତୁ...'ବାତ୍ୟାରେ ଜିରୋ କାଜୁଆଲଟି ମିଶନ ସଫଳ', ଦାନା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଫଳରେ ଯାତାୟତରେ ବାଧା ସୃଷ୍ଟି ହେବା ସହ ଜନଜୀବନ ପ୍ରଭାବିତ ହୋଇଛି। ପବନ ଯୋଗୁ ଗଛ ମଧ୍ୟ ଉପୁଡି ପଡିଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଜଳାର୍ଣ୍ଣବ ସ୍ଥିତି ଉପୁଜିଛି। ଗତକାଲିଠାରୁ ବାତ୍ୟାର ପ୍ରଭାବରେ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ 614ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଥିବାବେଳେ ରାତି ସୁଦ୍ଧା 33 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.