କଲେଜ ପରିସରରେ ମହାଭାରତ: ଅଧ୍ୟକ୍ଷଙ୍କୁ ଅଧ୍ୟାପକଙ୍କ ମାଡ଼, ଭିଡିଓ ଭାଇରାଲ - Principal Beaten Up

By ETV Bharat Odisha Team

Published : Jul 3, 2024, 6:24 PM IST

thumbnail
College Principal Beaten Up (ETV Bharat Odisha)

College Principal Beaten Up: ଖୋର୍ଦ୍ଧା : କଲେଜ ଅଧ୍ୟକ୍ଷଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର କୋଠରୀ ମଧ୍ୟରେ କଲେଜର ପରିଚାଳନା କମିଟି ସଭାପତି ଏବଂ ଅଧ୍ୟାପକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ହଳଦିଆ ଡିଗ୍ରୀ କଲେଜରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଅଧ୍ୟକ୍ଷ ଉମାକାନ୍ତ ପାତ୍ରଙ୍କୁ ଆଜି (ବୁଧବାର) ସକାଳ ସମୟରେ କଲେଜର ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ଭଞ୍ଜ ଏବଂ ଇତିହାସ ବିଭାଗର ଅଧାପକ ବିଜୟ କୁମାର ଭଞ୍ଜ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାସହ ଅନ୍ୟ କିଛି ଲୋକ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଅଧ୍ୟକ୍ଷ ଆହତ ହୋଇଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ଅବକାରୀ ଇନିସପେକ୍ଟରଙ୍କ ମନମାନି; ଆଦିବାସୀ ଯୁବକଙ୍କୁ ଗୋଇଠା ମାରିବା ଭିଡ଼ିଓ ଭାଇରାଲ, କାର୍ଯ୍ୟାନୁଷ୍ଠାନ ଦାବି

ସୂଚନା ଅନୁସାରେ, ଆହତ ଉମାକାନ୍ତଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ଏହାପରେ ଉମାକାନ୍ତ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଆକ୍ରମଣ ସମୟର ଭିଡିଓ ଏଵେ ଭାଇରଲ ହେଉଥିବାବେଳେ ଉମାକାନ୍ତଙ୍କ ଭଳି ଅଧ୍ୟକ୍ଷ କଲେଜରେ ରହିବା ପାଇଁ କଲେଜ ଛାତ୍ରମାନେ ଦାବି କରିଛନ୍ତି । ସେପଟେ ଅଧ୍ୟାପକ ବିଜୟ ଭଞ୍ଜଙ୍କ ପକ୍ଷରୁ ମଧ୍ୟ ଅନ୍ୟ ଏକ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ୨ ଟି ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଶିଳ୍ପାଞ୍ଚଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.