ରାତି ପାହିଲେ ଭୋଟ ଗଣତି, କଳାହାଣ୍ଡିରେ ସୁରକ୍ଷା ବ୍ୟବସ୍ଥା କଡାକଡି - VOTE COUNTING IN kalahandi

By ETV Bharat Odisha Team

Published : Jun 3, 2024, 8:43 PM IST

thumbnail
VOTE COUNTING IN KALAHANDI (ETV Bharat Odisha)

VOTE COUNTING IN KALAHANDI:ଭବାନୀପାଟଣା: ରାତି ପାହିଲେ ଜଣାପଡ଼ିବ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳବ । ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ସବୁଠି ଜୋରଦାର ଚର୍ଚ୍ଚା ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଗତ ୧ ତାରିଖରେ ସରି ଯାଇଛି ନିର୍ବାଚନ ଏହା ପରେ ଗୋଟିଏ ପରେ ଗୋଟିଏ ଗଣ ମାଧ୍ୟମ ସଂସ୍ଥା ଏକଜିଟ ପୋଲ ପ୍ରକାଶ ପାଇଥିବା ବେଳେ ଆସନ୍ତିକାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଯାହାକୁ ନେଇ ନେତାଙ୍କ ଠାରୁ ଆରମ୍ଭ କରି ଜନତା ସମସ୍ତଙ୍କ ମନରେ ଉତ୍କଣ୍ଠା ବଢି ଯାଇଛି ।

କଳାହାଣ୍ଡି ଜିଲ୍ଲାରେ ଲୋକସଭା ପ୍ରାର୍ଥୀ ୫ଟି ବିଧାନସଭା ଓ ନୂଆପଡା ଜିଲ୍ଲାକୁ ମିଶାଇ ୭ଟି ନିର୍ବାଚନ ମଣ୍ଡଳୀର ଫଳାଫଳ ପ୍ରକାଶ ପାଇବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଜିଲ୍ଲାର ଧର୍ମଗଡ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଫଳାଫଳ ଧର୍ମଗଡ ପଞ୍ଚାୟତ କଲେଜରେ ପ୍ରକାଶ ପାଇବ । ଯାହାକୁ ନେଇ ଧର୍ମଗଡ ପଞ୍ଚାୟତ କଲେଜ୍ ଷ୍ଟ୍ରଙ୍ଗରୁମକୁ କଡ଼ା ସୁରକ୍ଷା ମଧ୍ୟରେ ରଖା ଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 

ସେପଟେ ଆଜି ଏହାର ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ । ପଞ୍ଚାୟତ କଲେଜକୁ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଭବାନୀପାଟଣା,ଲାଞ୍ଜିଗଡ ଓ ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ଭବାନୀପାଟଣା ଠାରେ ଥିବା ମାଆ ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ ଥିବା ବିଜ୍ଞାନ କ୍ଲବକୁ ଷ୍ଟ୍ରଙ୍ଗରୁମ୍ ଭାବରେ ବ୍ୟବହାର କରାଯାଇଥିବା ବେଳେ ସମସ୍ତ ଇଭିଏମକୁ କଡ଼ାସୁରକ୍ଷା ମଧ୍ୟରେ ରଖାଯାଇଛି ।  
ଏହା ମଧ୍ୟ ପଢନ୍ତୁ ......ରାତି ପାହିଲେ ଜନାଦେଶ: କେମିତି EVMରେ ହୁଏ ଭୋଟ ଗଣତି, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା - How Will Votes Be Counted

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.