ଆଳୁ ଟେନସନର ହେବ କି ସମାଧାନ ? ଯୋଗାଣ ମନ୍ତ୍ରୀ କ'ଣ କହିଲେ ଶୁଣନ୍ତୁ - Potatoes Supply From Westbengal

By ETV Bharat Odisha Team

Published : Jul 28, 2024, 6:30 PM IST

thumbnail
Potatoes Supply From Westbengal (ETV Bharat Odisha)

ଢେଙ୍କାନାଳ: ଆଳୁ ସଙ୍କଟ ନେଇ ଚିନ୍ତାରେ ଖାଉଟି । ଗତକାଲି (ଶନିବାର)ଠାରୁ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ପ୍ରକ୍ରିୟା ସ୍ବାଭାବିକ ହେବା ଖବର ସାମାନ୍ୟ ଆଶ୍ବସ୍ତି ଦେଇଛି । ଆଜି କିଛି ବ୍ୟବସାୟୀ ନିଜ ନିଜ ସୁବିଧାରେ କିଛି ଆଳୁ ଆଣି ବଜାର ବିକ୍ରି କରୁଥିବା କୁହାଯାଉଛି । ପଶ୍ଚିମବଙ୍ଗରୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଥିବା କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ । 

ଏହା ବି ପଢନ୍ତୁ...ବଜାରରେ ଅଣାୟତ୍ତ ଆଳୁ ଦର, ଖାଉଟି ଅସନ୍ତୋଷ - Potato price rises

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ବଜାରରେ ଆଳୁ ମିଳିଗଲାଣି । ବଜାରରେ ଆଳୁ କିଲୋ ପିଛା ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି । ଫଳରେ ଆଳୁ ସଙ୍କଟର ସମାଧାନ କିଛି ମାତ୍ରାରେ ହୋଇଗଲାଣି । ଏ ସଂକ୍ରାନ୍ତରେ ମଧ୍ୟ ଆମ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ ।"
 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.