ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଅଗ୍ନିକାଣ୍ଡ, ଅନେକ ନବଜାତ ଗୁରୁତର - Fire Breaks Out

By ETV Bharat Odisha Team

Published : Aug 30, 2024, 3:57 PM IST

thumbnail
Fire Breaks Out (ETV Bharat Odisha)

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ । ମାତୃ ଓ ଶିଶୁ ବିଭାଗର SNCUରେ ଲାଗିଲା ନିଆଁ । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ସେପଟେ ଏସଏନସିୟୁରୁ ନବଜାତମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଶିଶୁ ଯତ୍ନ ୟୁନିଟରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କୋରାପୁଟ ଉପଜିଲ୍ଲାପାଳ, ଅଗ୍ନିଶମ ବିଭାଗ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି । 

ଏନେଇ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ସବର କହିଛନ୍ତି, "ମାତୃ ଓ ଶିଶୁ ବିଭାଗର SNCUରେ ସର୍ଟ ସର୍କିଟରୁ ନିଆଁ ଲାଗିଛି । ସେଠାରେ ପ୍ରାୟ ୧୫ ଜଣ ନବଜାତ ଶିଶୁ ଥିଲେ । ନବଜାତମାନଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ୨ ଜଣ ଗୁରୁତର ଥିବା ଜଣାପଡ଼ିଛି । ଡାକ୍ତରମାନେ ସେମାନଙ୍କ ଚିକିତ୍ସା କରୁଛନ୍ତି । ଆଶା କରୁଛୁ ସମସ୍ତେ ଭଲ ହୋଇଯିବେ ।"  

ଏହା ମଧ୍ୟ ପଢ଼ନ୍ତୁ...ସତ୍ୟବାଦୀ ଆଳିସ ଗାଁରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩୦ ବଖରାରୁ ଉର୍ଦ୍ଧ୍ବ ଘର, 15 ପରିବାରକୁ ସର୍ବସ୍ୱାନ୍ତ କରିଦେଲା ସର୍ବଗିଳା ନିଆଁ - satyabadi FIRE INCIDENT

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.