thumbnail

ଘରୋଇ ଡାକ୍ତରଖାନାରେ ପ୍ରସୂତି ମହିଳାଙ୍କ ମୃତ୍ୟୁ; ଚିକିତ୍ସାରେ ଅବହେଳା ଅଭିଯୋଗ - MEDICAL NEGLIGENCE IN BALANGIR

By ETV Bharat Odisha Team

Published : Jun 23, 2024, 12:33 PM IST

ବଲାଙ୍ଗୀର: ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରସୂତି ମହିଳାଙ୍କ ମୃତ୍ୟୁ । ଚିକିତ୍ସା ଅବହେଳାରେ ମୃତ୍ୟୁ ନେଇ ଅଭିୟୋଗ ଆଣିଲେ ପରିବାର ଲୋକେ । ଯାହାକୁ ନେଇ ଉତ୍ତେଜନା ହେବା ସହ ଥାନାକୁ ଗଲା ମାମଲା । ଗତ ୧୭ ତାରିଖରେ ସ୍ଥାନୀୟ ଘରୋଇ ନର୍ସିଂ ହୋମ ସ୍ବରାଜ ଡାକ୍ତରଖାନାରେ ପାଟଣାଗଡ଼ର ଶ୍ରଦ୍ଧାଞ୍ଜଳି ମହାନନ୍ଦ ପ୍ରସୂତି ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କର ସର୍ଜରୀ ପରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବା ସହ ସଙ୍କଟାପର୍ଣ୍ଣ ହୋଇଥିଲା । ତେବେ ତାଙ୍କୁ ଅନ୍ୟତ୍ର ସ୍ଥାନତରିତ କରାଯିବା ପରେ ବରଗଡର ଏକ ଘରୋଇ ଡାକ୍ତର ଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଚିକିତ୍ସାରେ ଅବହେଳା ହୋଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଏହା ପରେ ବଲାଙ୍ଗୀର ସଦର ଥାନାରେ ସଂପୃକ୍ତ ନରସିଂହ ହୋମ ସ୍ଵରାଜ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ହସ୍ପିଟାଲ ମାଲିକ ସୁଜ୍ଞାନୀ ମିଶ୍ର । ବିଭିନ୍ନ ସ୍ପେଶିଆଲିଷ୍ଟ ଡ଼ାକ୍ତର ଡାକି ତାଙ୍କର ଚିକିତ୍ସା ରାଯାଇଥିଲା । ହେଲେ ତାଙ୍କୁ ଉଚ୍ଚ ଚିକିତ୍ସା ଆବଶ୍ୟକ ଥିବାରୁ ତାଙ୍କୁ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲୁ । ଏଥିସହ ରୋଗୀଙ୍କୁ ନେବା ପାଇଁ ମାଗଣା ଆମ୍ବୁଲାନ୍ସ ଦେବା ସହ ଚିକିତ୍ସା ବାବଦରେ ଏକ ଲକ୍ଷ୍ୟ ଚାଳିଶ ହଜାର ଟଙ୍କା ଛାଡ କରିଥିଲେ ବୋଲି ଡାକ୍ତର ସୁଗ୍ୟାନି ମିଶ୍ର କହିଛନ୍ତି । ତେବେ ଏହି ଘଟଣା ନେଇ ମାମାଲା ରୁଜୁ ହୋଇଥିବା ବେଳେ ତଦନ୍ତ ପରେ ପ୍ରକୃତ ତଥ୍ୟ ଓ କାରଣ ଜଣାପଡ଼ିବ ବୋଲି କୁହାଯାଉଛି । 


ଏହା ମଧ୍ୟ ପଢନ୍ତୁ: ଲେଡି ଫ୍ୟାସନ ଡିଜାଇନର ଅପହରଣ ଖୁଲାସା; ନିଜେ ରଚିଥିଲେ ନାଟକ, ଲରେସ ବିଷ୍ନୋଇ ଗ୍ୟାଙ୍ଗ କହି ମାଗୁଥିଲେ ଟଙ୍କା

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.