ଧାନ ଅମଳ କମିବାରୁ ଘାରିଲା ଋଣ ଚିନ୍ତା, ଜୀବନ ହାରିଲେ ଚାଷୀ - ଜୀବନ ହାରିଲେ ଚାଷୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 20, 2024, 4:40 PM IST

Farmer Dies By Suicide: ଢେଙ୍କାନାଳ: ଋଣଭାର ସୁଝି ନପାରି ଜୀବନ ହାରିଲେ ଚାଷୀ । ମୃତକ ହେଲେ କାମାକ୍ଷାନଗର ଥାନା ଖୁରୁଶିଆ ଗ୍ରାମର କେଶବ ମଲ୍ଲିକ । ସୂଚନା ମୁତାବକ, କେଶବ ୩ଟିି ଘରୋଇ ବ୍ୟାଙ୍କରୁ ଧାନ ଚାଷ ପାଇଁ ୭୦ ହଜାର ଟଙ୍କା ଋଣ ଆଣିଥିଲେ । ଏହାସହ ଗ୍ରାମରୁ ଧାର କରଜ କରି ଧାନ ଚାଷ କରିଥିଲେ । ଅମଳର ପରିମାଣ କମି ଯିବାରୁ ସେ କିପରି ଋଣ ପରିଶୋଧ କରିବେ ସେନେଇ ଚିନ୍ତାରେ ଥିଲେ । ଆଉ ଋଣ ପରିଶୋଧ ଚିନ୍ତାରେ ଶେଷରେ କେଶବ ଜୀବନ ହାରିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ...ସହି ପାରିଲେନି ଚକଡ଼ା ଚଡ଼କ, ହତାଶ ହୋଇ ଜୀବନ ହାରିଲେ ଚାଷୀ

ଦୀର୍ଘ ସମୟ ଧରି ସେ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ଶୌଚାଳୟ ନିକଟରୁ କେଶବଙ୍କ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ। ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । 


ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.