thumbnail

By ETV Bharat Odisha Team

Published : May 4, 2024, 4:09 PM IST

Updated : May 4, 2024, 4:29 PM IST

ETV Bharat / Videos

ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ପ୍ରେସମିଟ୍‌, ଦେଖନ୍ତୁ LIVE - S Jaishankar Press Meet

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ । ବିଶେଷ କରି ବିଜେପି ରାଜ୍ୟରେ ପ୍ରଚାର ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ଉପରେ ଭରସା କରିଛି । ଏହି କ୍ରମରେ ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ସକାଳ 10ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ । ଭୁବନେଶ୍ୱରରେ ଆୟୋଜିତ 3ଟି କାର୍ଯ୍ୟକ୍ରମରେ ସେ ଆଜି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଏଡିଟର୍ସ ମିଟ୍‌ରେ ଯୋଗ ଦେଇଥିଲେ ଜୟଶଙ୍କର । ଏକ ହୋଟେଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରୁଛନ୍ତି ବୈଦେଶିକ ମନ୍ତ୍ରୀ । ଶେଷରେ ବୁଦ୍ଧିଜୀବୀ ବୈଠକରେ ମଧ୍ୟ ଯୋଗଦେବେ ଜୟଶଙ୍କର । ଆସନ୍ତାକାଲି (ରବିବାର) ସକାଳେ କଟକ ଗସ୍ତ କରି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାପରେ ଅପରାହ୍ନରେ ସମ୍ବଲପୁରରେ ଯାଇ ବୁଦ୍ଧିଜୀବୀ ସମ୍ମିଳନୀ କରିବେ । ତେବେ ବର୍ତ୍ତମାନ ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀ ଦେଖନ୍ତୁ LIVE
Last Updated : May 4, 2024, 4:29 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.