thumbnail

By ETV Bharat Odisha Team

Published : May 28, 2024, 9:24 PM IST

ETV Bharat / Videos

ସମ୍ବଲପୁରରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ - SAMBALPUR EVM STRONGROOMS

SAMBALPUR EVM STRONGROOMS: ସମ୍ବଲପୁର: ସରିଯାଇଛି ସମ୍ବଲପୁର ଲୋକସଭା ଓ ଏହାର ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ । ଇଭିଏମ ସବୁ ଏବେ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଛି । ସମ୍ବଲପୁର ଜିଲ୍ଲାର ସମ୍ବଲପୁର ବିଧାନସଭାର ଷ୍ଟ୍ରଙ୍ଗ ରୁମ ସମ୍ବଲପୁର ସହରର ସରକାରୀ ମହିଳା ମହାବିଦ୍ୟାଳୟରେ କରାଯାଇଥିବା ବେଳେ, ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଷ୍ଟ୍ରଙ୍ଗ ରୁମ ସମ୍ବଲପୁର ସହରର ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜଠାରେ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ .... ସମ୍ବଲପୁର ମହାସମର: ବିଜେଡି-ବିଜେପି ମଧ୍ୟରେ ହାଇଭୋଲଟେଜ୍ ଫାଇଟ, ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ

ଠିକ ସେହିପରି କୁଚିଣ୍ଡା ବିଧାନସଭାର ଷ୍ଟ୍ରଙ୍ଗରୁମ କୁଚିଣ୍ଡା କଲେଜ ଓ ରେଢ଼ାଖୋଲ ବିଧାନସଭାର ଷ୍ଟ୍ରଙ୍ଗ ରୁମ ରେଢ଼ାଖୋଲ ଭୀମ ଭୋଇ କଲେଜରେ କରାଯାଇଛି । ଏହି ଷ୍ଟ୍ରଙ୍ଗ ରୁମର ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ତରରେ CAPFର ଦଳ ରହୁଥିବା ବେଳେ ଦ୍ଵିତୀୟ ସ୍ତରରେ ଏସଏପିଏଫର ଦଳ ରହୁଛି । ତୃତୀୟ ସ୍ତରରେ ଜିଲ୍ଲା ପୋଲିସର ଏକ ସୁରକ୍ଷା ବାହିନୀ ରହୁଛି  । ଏହା ସହ ଜଣେ DSP ରାଙ୍କର ଅଧିକାରୀ ସବୁବେଳେ ସେଠାରେ ସୁରକ୍ଷା ତଦାରଖ ଦାୟିତ୍ବରେ ରହୁଛନ୍ତି । ଅନ୍ୟପଟେ ସବୁ ଷ୍ଟ୍ରଙ୍ଗ ରୁମରେ ସିସିଟିଭିର ବ୍ୟବସ୍ଥା ରହିଛି । ସବୁ ଗତିବିଧିକୁ କଣ୍ଟ୍ରୋଲ ରୁମରୁ 24 ଘଣ୍ଟା ଅବଲୋକନ କରାଯାଉଛି ବୋଲି ଅତିରିକ୍ତ ଏସପି ହରେଶ ପାଣ୍ଡେ ସୂଚନା ଦେଇଛନ୍ତି ।  

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.