ପାରଳାଖେମୁଣ୍ଡିରେ ରଥଯାତ୍ରା ପ୍ରସ୍ତୁତି, ହଟୁଛି ଜବରଦଖଲ - PARALAKHEMUNDI EVICTION

By ETV Bharat Odisha Team

Published : Jul 4, 2024, 10:34 PM IST

thumbnail
ରଥଯାତ୍ରା ପ୍ରସ୍ତୁତି (ETV Bharat Odisha)

ପାରଳାଖେମୁଣ୍ଡି: ଆଉ ଦୁଇଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ସେଥିପାଇଁ ପାରଳାଖେମୁଣ୍ଡିରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବଡଦାଣ୍ଡର ଦୁଇ ପାର୍ଶ୍ବ ରାସ୍ତାକୁ ଜବରଦଖଲ କରି ବ୍ୟବସାୟୀମାନେ ସେମାନଙ୍କ ଦୋକାନକୁ କରିଥିବା ଯୋଗୁଁ ରାସ୍ତା ସଙ୍କୁଚିତ ହୋଇପଡିଛି । ତେବେ ରଥଟଣା କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପାରଳା ବଡଦାଣ୍ଡର ଜବରଦଖଲକୁ ଉଚ୍ଛେଦ କରିଛି । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରିବା ସହ କେବଳ ବଡଦାଣ୍ଡ ନୁହେଁ, ସାରା ସହରରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରିବାକୁ ଦାବି ହୋଇଛି । ଉଚ୍ଛେଦରେ କାର୍ଯ୍ୟରେ ନିୟଜିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଦୁଇଜଣ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ରାଜନହର ଛକରୁ ଆଜି ସକାଳୁ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ କାର୍ଯ୍ୟ ଦିନ ତମାମ ଚାଲିଥିଲା । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଯାହା ଆବଶ୍ୟକ ତାହା କରାଯାଉଛି ଏବଂ ଆଗକୁ ମଧ୍ୟ କରାଯିବ ବୋଲି ଉପଜିଲ୍ଲାପାଳ ଅନୁପ ପଣ୍ଡା କହିଛନ୍ତି । ଭବିଷ୍ୟତରେ ସହରର ସମସ୍ତ ଜବରଦଖଳକୁ ହଟାଯିବ ବୋଲି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ କହିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.