ଅମିତଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର, କହିଲେ ଓଡ଼ିଶା ପାଇଁ ଏ ମେଡାଲ - Interview with Amit Rohidas

By ETV Bharat Sports Team

Published : Aug 16, 2024, 2:28 PM IST

thumbnail
AMIT ROHIDAS (ETV BHARAT ODISHA)

ଭୁବନେଶ୍ବର: ଓଡ଼ିଶା ଫେରିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା ତଥା ଭାରତୀୟ ହକି ଦଳ ଡିଫେଣ୍ଡର ଅମିତ ରୋହିଦାସ । ପଦକ ଜିତି ରାଜ୍ୟକୁ ଫେରିଥିବାରୁ ଅମିତ ଖୁସି ବ୍ୟକ୍ତ କରିଛନ୍ତି । ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଅମିତ କହିଛନ୍ତି, ''ଓଡ଼ଶାରେ ପହଞ୍ଚି ମୋତେ ବହୁତ ଖୁସି ଲାଗୁଛି । ସମସ୍ତେ ମୋତେ ସ୍ବାଗତ କଲେ । ଏ ମେଡଲ ଦେଶ ଓ ମୋ ଓଡ଼ିଶା ପାଇଁ । 52 ବର୍ଷ ପରେ ଲଗାତାର ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ମେଡାଲ ଜିତିଛି । ଓଡ଼ିଶା ସରକାର ଓ ଇଷ୍ଟକୋଷ୍ଟ ଡିପାର୍ଟମେଣ୍ଟ ଖେଳାଳି ମାନଙ୍କୁ ଫାସଲିଟି ଦେଉଛନ୍ତି । ନିଶ୍ଚିନ୍ତ ଭାବେ ସେଇଥିରୁ ପିଲା ବାହାରିକି ଆଗକୁ ଆସିବେ । ସେମିରେ ଭାରତ ହାରିବା ଓ ରେଡକାର୍ଡ ଯୋଗୁଁ ମୁଁ ମ୍ୟାଚ ନଖେଳିବା ନେଇ ପୁରା ଦେଶବାଶୀ ଦୁଃଖ କରିଛନ୍ତି ।'' ଆଜି ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । 
 

ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଅମିତ ରୋହିଦାସ; ହକି ତାରକାଙ୍କୁ ଭବ୍ୟ ସ୍ବାଗତ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ - HOCKEY STAR AMIT ROHIDAS RETURNS

ଇଟିଭି ବାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.