କଣ୍ଟାବାଞ୍ଜିରେ କାହିଁକି ହାରିଲା କଂଗ୍ରେସ ? ପ୍ରତିକ୍ରିୟା ରଖିଲେ ସାଲୁଜା - Santosh Singh Saluja - SANTOSH SINGH SALUJA

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 11, 2024, 8:37 PM IST

Former Kantabanji MLA Santosh Singh Saluja: ଭୁବନେଶ୍ବର: ଚଳିତ 2024 ନିର୍ବାଚନରେ ରାଜ୍ୟରେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ । ଖୋଦ 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକଙ୍କୁ ଧରାଶାୟୀ କରିଥିଲେ ବିଜେପିର ଲକ୍ଷଣ ବାଗ । ସେପଟେ ଗତ ନିର୍ବାଚନରେ କଣ୍ଟାବାଞ୍ଜିର ବିଧାୟକ ରହିଥିଲେ କଂଗ୍ରସର ସନ୍ତୋଷ ସିଂ ସାଲୁଜା । କିନ୍ତୁ ଏଥର ତୃତୀୟ ସ୍ଥାନରେ ରହି ପରାଜିତ ହୋଇଛନ୍ତି ସନ୍ତୋଷ । ତେବେ ନିଜ ପରାଜୟ ନେଇ ମୁହଁ ଖୋଲିଛନ୍ତି ସନ୍ତୋଷ ।

ଏନେଇ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କରିଛନ୍ତି, "ସାଲୁଜା କେବେ ମ୍ୟାନେଜ ହେବା ଲୋକ ନୁହେଁ, ମୋତେ ବିଜେଡି ସରକାର ଟାର୍ଗେଟ କରି ହରେଇଲେ । ସରକାରୀ ବଳର ଅପବ୍ୟବହାର କରି ବିଜେଡି ମୋତେ ହରାଇଲା । କଂଗ୍ରେସର ନେତାମାନଙ୍କୁ ଲୋଭ ଦେଖାଇ ପ୍ରଭାବିତ କରାଗଲା । କଂଗ୍ରେସ କର୍ମୀମାନଙ୍କୁ ଧନ ବଳ ବାହୁ ବଳ ଦେଖାଇ ଡ଼ରାଇଲେ । କଂଗ୍ରେସ ସହ ପ୍ରତିଦ୍ବନ୍ଦୀତା କରି ନବୀନ ପଟ୍ଟନାୟକ ବିଜେପିକୁ ଅଣଦେଖା କଲେ, ଫଳରେ ହାରିଲେ । କଣ୍ଟାବାଞ୍ଜିରେ ବ୍ୟାପକ ସମସ୍ୟା ରହିଛି । ରାଜ୍ୟ ସରକାର ମିଥ୍ୟା ତଥ୍ୟ ଦେଉଛନ୍ତି । ଶିଳ୍ପର ଭିତ୍ତିଭୂମି ନାହିଁ କି ଉନ୍ନତମାନର ଚାଷ ନାହିଁ । ଲୋକମାନେ 14 ଜଣ କଂଗ୍ରେସ ବିଧାୟକଙ୍କୁ ନିର୍ବଚିତ କରିଛନ୍ତି । ବିଧାୟକମାନେ ଯାହାକୁ ବାଛିବେ ସେ ହେବେ କଂଗ୍ରେସ ବିଧାୟକ ଦଳର ନେତା ।

ଏହା ମଧ୍ୟ ପଢ଼ନ୍ତୁ...ମୋହନ ଚରଣ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ; କେଭି ସିଂହ ଦେଓ, ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ - Keonjhar MLA Mohan Charan Majhi

ସୂଚନା ଥାଉକି, 24 ସାଧାରଣ ନିର୍ବାଚନରେ କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 16 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ବିଜେପିର ଲକ୍ଷ୍ମଣ ବାଗ ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଇତିହାସ ସୃଷ୍ଟି କରିଛନ୍ତି । ତୃତୀୟ ସ୍ଥାନରେ କଂଗ୍ରେସର ସନ୍ତୋଷ ସିଂହ ସାଲୁଜା ରହି ଶୋଚନୀୟ ପରାଜୟ ବରଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର  

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.