କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡ଼ୁଛି ତାଟି କବାଟ - ELEPHANT TERROR

By ETV Bharat Odisha Team

Published : Jun 7, 2024, 10:06 PM IST

thumbnail
ELEPHANT TERROR IN MAYURBHANJ (ETV Bharat Odisha)

ELEPHANT TERROR IN MAYURBHANJ:ରାଇରଙ୍ଗପୁର: କିଛି ମାସ ବ୍ୟବଧାନରେ ପୁଣି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ପ୍ରବେଶ କରିଛି ଝାଡ଼ଖଣ୍ଡି ହାତୀପଲ । ତେବେ ଏହି ହାତୀପଲରେ ୨୭ଟି ଝାରଖଣ୍ଡି ହାତୀ ଥିବା ଜଣାପଡ଼ିଛି । ଯାହା ବନବିଭାଗ ପାଖରୁ ସୂଚନା ମିଳିଛି, ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବନଖଣ୍ଡ ଅଧିନସ୍ଥ ଜଙ୍ଗଲରେ ଥିବା ହାତୀପଲ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବେଶ କରିଛନ୍ତି । ବର୍ତ୍ତମାନ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ହଳଦିଆ ଗ୍ରାମ ଜଙ୍ଗଲରେ ଡେରା ପକାଇଛନ୍ତି ହାତୀପଲ । 

ତେବେ ହାତୀପଲ ଗାଁ ନିକଟସ୍ଥ ସ୍ଥାନକୁ ଆସିବା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ହାତୀ ଡେରା ପକାଇଥିବା ଜଙ୍ଗଲ ନିକଟସ୍ଥ ଆଖପାଖ ପ୍ରାୟ ୧୫ଟି ଗ୍ରାମରେ ଆତଙ୍କ ଖେଳିଯାଇଛି । ସେପଟେ ଖବର ପାଇ ବନବିଭାଗ ହାତୀପଲର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ଏଥି ସହିତ ଡ଼ାକବାଜି ଯନ୍ତ୍ର ଦ୍ୱାରା ଗ୍ରାମବାସୀଙ୍କୁ ସଚେତନ କରାଯାଇଛି । ତେବେ ଜଙ୍ଗଲରେ ହାତୀପଲ ଥିବାରୁ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନ ଯିବା ପାଇଁ ବନବିଭାଗ କର୍ମଚାରୀ ମାନେ ଅବଗତ କରାଇବା ସହିତ ହାତୀ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବା ପାଇଁ କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ...... ଆସିଲା ହାତୀ ଗଣନା ରିପୋର୍ଟ; ରାଜ୍ୟରେ ଅଛନ୍ତି ୨୦୯୮ ହାତୀ, ୫ ବର୍ଷରେ ମରିଛନ୍ତି ୪୦୩ - Elephant Census

ତେବେ ବର୍ତ୍ତମାନ ହାତୀମାନେ ହଳଦିଆ ଗ୍ରାମ ଜଙ୍ଗଲରେ ଡେରା ପକାଇ ଥିବା ବନବିଭାଗ ସୂଚନା ଦେଇଛି । ଆଜି ସନ୍ଧ୍ୟା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କର ବାତାବରଣ ସୃଷ୍ଟି ହେଉଛି । କେତେବେଳେ ଯେ ବଣୁଆ ହାତୀ ହାବୁଡରେ ପଡ଼ି ଧନ ଜୀବନ ନଷ୍ଟ ହୋଇଯିବ ତାହା କହି ହେବନାହିଁ । ସେପଟେ ହାତୀ ପାଇଁ ଅନେକ ସମୟରେ ବିଜୁଳି କାଟ ମଧ୍ୟ କରାଯାଇଛି । ଯାହା ଫଳରେ ଅତିଷ୍ଠ ହୋଇ ପଡିଛନ୍ତି ଅଞ୍ଚଳବାସୀ । 


ଇଟିଭି ଭାରତ, ମୟୂରଭଞ୍ଜ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.