ଭୟରେ ଛାନିଆ ଗ୍ରାମବାସୀ, ଜୀବନ ବଞ୍ଚାଇ ଆଜବେଷ୍ଟସ ଉପରେ ଶୋଉଛନ୍ତି ଲୋକ - ELEPHANT TERROR - ELEPHANT TERROR
🎬 Watch Now: Feature Video
Published : Jul 23, 2024, 8:59 PM IST
Elephant Terror In Bonai: ରାଉରକେଲା: ଆଜବେଷ୍ଟସ ଉପରେ ଜୀବନ । କଥାଟା ଶୁଣିଲେ ଆପଣ ଦ୍ବନ୍ଦ୍ବରେ ପଡ଼ିଯାଇଥିବେ । ହେଲେ ଏହା ସମ୍ପୂର୍ଣ୍ଣ ସତ । ଜୀବନ ବଞ୍ଚାଇବା ପାଇଁ ଭୟରେ ଆଜବେଷ୍ଟସ ଉପରେ ଶୋଉଛନ୍ତି ଲୋକେ । ହେଲେ ଏ ଭୟ କାହାକୁ ? ଏ ଭୟ ଆଉ କାହାକୁ ନୁହେଁ ବରଂ ଖୋଦ ଗଜରାଜଙ୍କୁ । ହାତୀ ଆକ୍ରମଣରୁ ବଞ୍ଚିବା ସହ ହାତୀ ଉପରେ ନଜର ରଖିବା ପାଇଁ ଘର ଆଜବେଷ୍ଟ ଉପରେ ରାତିରେ ଶୋଉଛନ୍ତି ଲୋକେ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ।
ବଣାଇରେ ହାତୀ ଆତଙ୍କକୁ ନେଇ ବର୍ତ୍ତମାନ ଭୟର ବାତାବରଣ ଦେଖାଦେଇଛି । ବେଧଡକ୍ ବୁଲି ବୁଲି ଘର ଭାଙ୍ଗୁଛି ହାତୀ । ଦିନେ କି ଦୁଇଦିନ ନୁହେଁ ପ୍ରାୟ ଅନେକ ଦିନ ହେଲାଣି ବଣାଇ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିଲେ ହେଁ ଏହାର ପ୍ରତିକାର କ୍ଷେତ୍ରରେ ବନ ବିଭାଗ ବିଫଳ ହୋଇଛି । ଗୋଟିଏ ପକ୍ଷେ ବନ ବିଭାଗ ହାତୀ ଘୋଉଡାଇ ବାକୁ ଚେଷ୍ଟା କରୁଥିଲେ ମଧ୍ୟ ହାତୀ ଯିବାର ନା ନେଉନାହିଁ । ଏପଟେ ରାତି ହେଲେ ନିକଟ ଜଙ୍ଗଲରୁ ବାହାରି ବଣାଇ ରେଞ୍ଜର ବିଭିନ୍ନ ଗାଁରେ ବୁଲି ବୁଲି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରୁଛି ଗୋଠ ଛଡା ଦନ୍ତାହାତୀ । ଗତକାଲି ରାତିରେ ଗୋଠଛଡା ହାତୀଟି ବଣାଇ ସହରର ମୁଣ୍ଡା ସାହିରେ ପଶି ସିତଲ ମୁଣ୍ଡାଙ୍କ ଘର ଭାଙ୍ଗିଥିଲା । ପରିବାର ଲୋକେ ରାତିରେ ଶୋଇଥିବା ବେଳେ ହାତୀଟି ଘର ଭାଙ୍ଗୁ ଥିବାରୁ ପରିବାର ଲୋକ ଜୀବନ ବିକଳରେ ଘରୁ ବାହାରି ଦୌଡ଼ି ପଳାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ବିଦ୍ୟୁତ ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ- Female Elephant Dies
ଅନ୍ୟପକ୍ଷେ ବଣାଇର ଶୁଣ୍ଡିକୋଣ ସାହିର ଯୋଶଦା ବାରିକ ଘର ସମ୍ପୁର୍ଣ୍ଣ ଭାଙ୍ଗି ଚୁରମାର କରି ଦେଇଛି ହାତୀ । ସେମାନେ ମଧ୍ୟ ଜୀବନ ବିକଳରେ ଘରର ଝରକା ହେଇ ବାହାରକୁ ଚାଲି ଆସିଥିଲେ । ତେବେ ଜୀବନ ବଞ୍ଚାଇବା ସହ ହାତୀକୁ ନଜର ରଖିବା ପାଇଁ ଲୋକେ ନିଜ ନିଜ ଘର ଉପରେ ଶୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବର୍ଷାଋତୁ ଚାଲିଥିବା ବେଳେ ଘର ଭାଙ୍ଗି ଦେଇ ଥିବାରୁ ଏବେ ସେମାନେ ଅସହାୟ ହୋଇପଡ଼ିଛନ୍ତି ।
ଇଟିଭି ଭାରତ, ସୁନ୍ଦରଗଡ଼